Get Updates
Get notified of breaking news, exclusive insights, and must-see stories!

ଛତିଶଗଡ : ସୁକମା କ୍ୟାମ୍ପରେ CRPF ଯବାନ ସାଥୀଙ୍କ ଗୁଳିରେ 4 ଜଣଙ୍କର ମୃତ୍ୟୁ, 3 ଜଣ ଆହତ

ଛତିଶଗଡର ସୁକମାର ମରଇଗୁଡା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା CRPF କ୍ୟାମ୍ପରେ ଚାରି ଜଣ ଯବାନ ପ୍ରାଣ ହରାଇଛନ୍ତି । ଏଥିସହ ଅନ୍ୟ ତିନିଜଣ ଆହତ ହୋଇଛନ୍ତି । କୁହାଯାଉଛି ଯେ ଜଣେ ସାଥୀ ଯବାନଙ୍କ ଗୁଳିରେ ଅନ୍ୟ ଯବାନ ମାନେ ପ୍ରାଣ ହରାଇଛନ୍ତି ।

ସୁକମା : ଛତିଶଗଡର ସୁକମାର ମରଇଗୁଡା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା CRPF କ୍ୟାମ୍ପରେ ଚାରି ଜଣ ଯବାନ ପ୍ରାଣ ହରାଇଛନ୍ତି । ଏଥିସହ ଅନ୍ୟ ତିନିଜଣ ଆହତ ହୋଇଛନ୍ତି । କୁହାଯାଉଛି ଯେ ଜଣେ ସାଥୀ ଯବାନଙ୍କ ଗୁଳିରେ ଅନ୍ୟ ଯବାନ ମାନେ ପ୍ରାଣ ହରାଇଛନ୍ତି ।

CRPF

ମୃତ ଯବାନମାନେ ହେଲେ ଧାନଜୀ, ରାଜୀବ ମଣ୍ଡଳ, ରାଜମଣି କୁମାର ଯାଦବ ଓ ଧର୍ମେନ୍ଦ୍ର କୁମାର । ସେହିପରି ଗୁରୁତରମାନେ ହେଲେ ଧନଞ୍ଜୟ କୁମାର ସିଂ, ଧର୍ମାତ୍ମା କୁମାର ଓ ମଳୟ ରଞ୍ଜନ ମହାରଣା ।

ଏହି CRPF କ୍ୟାମ୍ପରେ ଝଗଡା ହୋଇଥିଲା । ଏହି ସଂଘର୍ଷ ଏତେ ତୀବ୍ର ହୋଇଥିଲା ଯେ ଚାରିଜଣ CRPF-50BN କର୍ମଚାରୀ ନିହତ ହୋଇଥିଲେ । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି । ଏଥିସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ସୂଚନା ପଠାଯାଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି ।

କିଛି ସମୟ ପୂର୍ବରୁ କୁହାଯାଇଥିଲା ଯେ ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ତେଲେଙ୍ଗାନାର ଭଦ୍ରାଚାଲମ ଡାକ୍ତରଖାନାକୁ ନିଆଯାଇଛି । ଜଣେ ଅଧିକାରୀ କହିଛନ୍ତି ଯେ ମାରଇଗୁଡା ପୋଲିସ ଷ୍ଟେସନ ଅଞ୍ଚଳରେ (ଛତିଶଗଡର ସୁକମା ଜିଲ୍ଲାରେ) ଗୁଳି ବିନିମୟ ଓ ଆକ୍ରମଣ ଘଟଣାରେ ଆହତ ଯବାନମାନେ ଚିକିତ୍ସିତ ହେଉଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+