କରୋନା ସଂକ୍ରମିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

କରୋନା ସଂକ୍ରମିତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ମନମୋହନଙ୍କ କରୋନା ରିପୋର୍ଟ ପଜିଟିଭି ଆସିବା ପରେ ଆଜି ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି ।

ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ମନମୋହନଙ୍କ କରୋନା ରିପୋର୍ଟ ପଜିଟିଭି ଆସିବା ପରେ ଆଜି ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେ ନେଇ ଡାକ୍ତରମାନେ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି ।

manmohan-singh

କରୋନା ଟିକାକରଣ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିବାର ଗୋଟିଏ ଦିନ ପରେ ମନମୋହନ କରୋନା ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ମନମୋହନ କେତେ ଲୋକଙ୍କୁ ଟିକା ଦିଆଯାଇଛି ତାକୁ ହିସାବ ନକରି ଅଧିକରୁ ଅଧିକ ନାଗରିକଙ୍କୁ ଟିକା ଦେବାକୁ ସରକାର ଉଦ୍ୟମ କରନ୍ତୁ ବୋଲି ଉଲ୍ଲେଖ କରିଥିଲେ । ଏହାସହିତ ଆମେରିକା ଓ ୟୁରୋପରେ ଯେଉଁ ସବୁ କରୋନା ଟିକାକୁ ଅନୁମତି ମିଳିଛି ସେହି ଟିକାକୁ ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟରେ 6 ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶର 5ଟି ସହରରେ ଲକଡାଉନ୍ ଲାଗୁ କରିବାକୁ ଆହ୍ଲାବାଦ ହାଇକୋର୍ଟ ଆଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+