ମୁମ୍ବାଇରେ ପହଞ୍ଚି ତଦନ୍ତରେ ସାମିଲ ହେଲେ ପୂର୍ବତନ ପୋଲିସ କମିଶନର ପରମବୀର ସିଂହ
ମୁମ୍ବାଇ କୋର୍ଟ ଦ୍ୱାରା 'ପଳାତକ ଅପରାଧୀ' ଘୋଷିତ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବାର ସିଂହ ଗୁରୁବାର ମୁମ୍ବାଇରେ ପହଞ୍ଚିଛନ୍ତି । ତାଙ୍କ ବିରୋଧରେ ଦାଦାବଟି ଆଦାୟ ଅଭିଯୋଗର ତଦନ୍ତରେ ଯୋଗଦେବା ପାଇଁ ପରମବୀର ସିଂହ ମୁମ୍ବାଇରେ ପହଞ୍ଚିଛନ୍ତି ।
ମୁମ୍ବାଇ : ମୁମ୍ବାଇ କୋର୍ଟ ଦ୍ୱାରା 'ପଳାତକ ଅପରାଧୀ' ଘୋଷିତ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବାର ସିଂହ ଗୁରୁବାର ମୁମ୍ବାଇରେ ପହଞ୍ଚିଛନ୍ତି । ତାଙ୍କ ବିରୋଧରେ ଦାଦାବଟି ଆଦାୟ ଅଭିଯୋଗର ତଦନ୍ତରେ ଯୋଗଦେବା ପାଇଁ ପରମବୀର ସିଂହ ମୁମ୍ବାଇରେ ପହଞ୍ଚିଛନ୍ତି । ଏହାପୂର୍ବରୁ ବୁଧବାର ଦିନ ସେ କହିଥିଲେ ଯେ ସେ ଚଣ୍ଡିଗଡ଼ରେ ଅଛନ୍ତି ଏବଂ ଖୁବ୍ ଶୀଘ୍ର ମୁମ୍ବାଇ ଆସିବେ ।

ବାସ୍ତବରେ ପରମବୀର ସିଂହଙ୍କୁ ମୁମ୍ବାଇର ଜଣେ ମାଜିଷ୍ଟ୍ରେଟଙ୍କ ଦ୍ୱାରା ପଳାତକ ଅପରାଧୀ ଘୋଷଣା କରାଯାଇଥିଲା, ଏହା ପରେ ସେ ଗଣମାଧ୍ୟମକୁ କହିଥିଲେ ଯେ ସେ ଚଣ୍ଡିଗଡ଼ରେ ଅଛନ୍ତି ଏବଂ ଖୁବ ଶୀଘ୍ର ମୁମ୍ବାଇ ଆସିବେ । ଆଜି ସେ ମୁମ୍ବାଇରେ ପହଞ୍ଚିଛନ୍ତି ଏବଂ ଦାଦାବଟି ଆଦାୟ ଅଭିଯୋଗର ତଦନ୍ତରେ ଜଡିତ ହେବେ । ମୁମ୍ବାଇ ପୋଲିସ କମିଶନର ପଦରୁ ବଦଳି ହେବା ପରେ ତତ୍କାଳୀନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ପୋଲିସ ଅଧିକାରୀ ଚଳିତ ବର୍ଷ ମେ ମାସରୁ ଡ୍ୟୁଟିକୁ ଫେରିନାହାଁନ୍ତି ।
ନଭେମ୍ବର 22 ରେ ସୁପ୍ରିମକୋର୍ଟ ପରମବୀର ସିଂହଙ୍କୁ ଦାଦାବଟି ଆଦାୟ ମାମଲାରେ ଗିରଫଦାରୀରୁ ମୁକ୍ତ କରିଥିଲେ । ଏହି ସମୟରେ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିବାବେଳେ ମୁମ୍ବାଇର ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ତଦନ୍ତରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ ।












Click it and Unblock the Notifications