Get Updates
Get notified of breaking news, exclusive insights, and must-see stories!

ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ଦେହାନ୍ତ, 97 ବର୍ଷ ବୟସରେ ମୃତ୍ୟୁ

ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଓକିଲ ଶାନ୍ତି ଭୂଷଣଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀର ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Shanti Bhushan

ନୂଆଦିଲ୍ଲୀ: ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଓକିଲ ଶାନ୍ତି ଭୂଷଣଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀର ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 97 ବର୍ଷ ହୋଇଥିଲା । ଗତ କିଛି ଦିନ ହେବ ଶାନ୍ତି ଭୂଷଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା ।

2018 ରେ ସୁପ୍ରିମକୋର୍ଟରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଓକିଲ ଶାନ୍ତି ଭୂଷଣଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲା ଚର୍ଚ୍ଚାରେ ରହିଥିଲା । ଏଥିରେ 'ମାଷ୍ଟର ଅଫ୍ ରୋଷ୍ଟର' ସିଷ୍ଟମରେ ପରିବର୍ତ୍ତନ ଦାବି କରାଯାଇଥିଲା । ସିନିୟର ଆଡଭୋକେଟ୍ ତାଙ୍କ ପୁଅ ଆଡଭୋକେଟ୍ ପ୍ରଶାନ୍ତ ଭୂଷଣଙ୍କ ମାଧ୍ୟମରେ ଏହି ଆବେଦନ କରିଥିଲେ । ଆଡଭୋକେଟ ଶାନ୍ତି ଭୂଷଣ କୋର୍ଟରେ ଏକ ନିୟମ ପ୍ରସ୍ତୁତ କରିବା ଏବଂ ରୋଷ୍ଟର ଅଧୀନରେ ଥିବା ଏକ ବେଞ୍ଚକୁ ପଠାଇବା ପାଇଁ ପ୍ରକ୍ରିୟା ସ୍ଥିର କରିବାକୁ ଦାବି କରିଥିଲେ ।

ଏହାପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଓକିଲ ଶାନ୍ତି ଭୂଷଣ ଆହ୍ଲାବାଦ ହାଇକୋର୍ଟରେ ଏକ ଚର୍ଚ୍ଚିତ ମାମଲାରେ ରାଜନାରାୟଣଙ୍କ ପକ୍ଷ ଉପସ୍ଥାପନ କରିଥିଲେ । 1974 ମସିହାରେ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶାନ୍ତି ଭୂଷଣ 1977 ରୁ 1979 ପର୍ଯ୍ୟନ୍ତ ଭାରତର ଆଇନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଯେତେବେଳେ ସେ ଆଇନ ମନ୍ତ୍ରଣାଳୟ ପରିଚାଳନା କରୁଥିଲେ ସେତେବେଳେ ମୋରଜୀ ଦେଶାଇ ପ୍ରଧାନମନ୍ତ୍ରୀ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+