ଲଳିତ ମୋଦୀଙ୍କୁ ଦୁଇ ସପ୍ତାହରେ ଦୁଇ ଥର କରୋନା, ଅକ୍ସିଜେନ୍ ସପୋର୍ଟରେ ଲଳିତ
ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପଡ଼ିଛି । ଗତ ଦୁଇ ସପ୍ତାହ ମଧ୍ୟରେ ସେ ଦୁଇ ଥର କରୋନା ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଲଳିତ ମୋଦୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି ।
ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପଡ଼ିଛି । ଗତ ଦୁଇ ସପ୍ତାହ ମଧ୍ୟରେ ସେ ଦୁଇ ଥର କରୋନା ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଲଳିତ ମୋଦୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି ।

ଇନଷ୍ଟାଗ୍ରାମରେ ଦୁଇଜଣ ଡାକ୍ତରଙ୍କ ସହ ତାଙ୍କ ଫଟୋ ପୋଷ୍ଟ କରି ଲଳିତ ମୋଦୀ କହିଛନ୍ତି ଯେ ତିନି ସପ୍ତାହ ଧରି ଡାକ୍ତରୀ ଟିମ୍ ତାଙ୍କ ଯତ୍ନ ନେଉଛନ୍ତି । ଇନ୍ଫ୍ଲୁଏଞ୍ଜା ଏବଂ ଭୟଙ୍କର ନିମୋନିଆ ସହିତ ସେ କରୋନା ଆକ୍ରାନ୍ତ ହୋଇଛନ୍ତି ।
ଲଲିତ ମୋଦୀ ବିମାନ ଆଗରେ ଦୁଇଜଣ ଡାକ୍ତରଙ୍କ ସହ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟକୁ ସେୟାର କରି ଲଳିତ ମୋଦୀ ଲେଖିଛନ୍ତି, ଏହି ଦୁଇଜଣ ମୋର ଡାକ୍ତର । ଦୁହେଁ ମୋତେ 3 ସପ୍ତାହ ଧରି ଚିକିତ୍ସା କରୁଛନ୍ତି ଏବଂ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ମୋତେ 24/7 ଅମ୍ଳଜାନ ସପୋର୍ଟରେ ରଖାଯାଇଛି । ଜଣେ ଡାକ୍ତର ମେକ୍ସିକୋ ସିଟିରେ ଅବସ୍ଥାପିତ ହୋଇଥିବା ବେଳେ ଅନ୍ୟ ଜଣେ ଲଣ୍ଡନରୁ ଆସିଥିଲେ । ସ୍ଥ ହେବା ପାଇଁ ତଥାପି ମୋତେ ସମୟ ଲାଗିବ ।"
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications