ପୂର୍ବତନ ରାଜ୍ୟପାଳ ଜଷ୍ଟିସ ମାଣ୍ଡାଗାଡେ ରାମ ଜୋଏସଙ୍କ ପରଲୋକ
ଝାଡଖଣ୍ଡ ଏବଂ ବିହାର ରାଜ୍ୟର ପୂର୍ବତନ ରାଜ୍ୟପାଳ ଜଷ୍ଟିସ ମାଣ୍ଡାଗାଡେ ରାମ ଜୋଏସଙ୍କ ପରଲୋକ ହୋଇଛି । ଫେବୃଆରୀ 16ତାରିଖ ମଙ୍ଗଳବାର ଦିନ 89 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।
ନୂଆଦିଲ୍ଲୀ : ଝାଡଖଣ୍ଡ ଏବଂ ବିହାର ରାଜ୍ୟର ପୂର୍ବତନ ରାଜ୍ୟପାଳ ଜଷ୍ଟିସ ମାଣ୍ଡାଗାଡେ ରାମ ଜୋଏସଙ୍କ ପରଲୋକ ହୋଇଛି । ଫେବୃଆରୀ 16ତାରିଖ ମଙ୍ଗଳବାର ଦିନ 89 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ଶିମୋଗା ଜିଲ୍ଲାର ଏକ ଗ୍ରାମରେ ଜନ୍ମ ହୋଇଥିବା ରାମା ଜୋଏସ୍ ରାଜ୍ୟସଭାର ପୂର୍ବତନ ସଦସ୍ୟ, ଝାଡଖଣ୍ଡ ଏବଂ ବିହାର ରାଜ୍ୟର ପୂର୍ବତନ ରାଜ୍ୟପାଳ ଏବଂ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ ତୁଲାଇଥିଲେ । ଏବା ବ୍ୟତୀତ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ମଧ୍ୟ ଥିଲେ ।
ରାମା ଜୋଏସ୍ ଜଣେ ଖ୍ୟାତନାମା ଲେଖକ ମଧ୍ୟ ଥିଲେ । ସେବା ଆଇନ, ହାବିଆସ୍ କର୍ପସ୍ ଆଇନ, ସାମ୍ବିଧାନିକ ଆଇନ ଇତ୍ୟାଦି ଉପରେ ଅନେକ ପୁସ୍ତକ ଲେଖିଛନ୍ତି ।
ସେ ଲେଖିଥିବା ଦୁଇ-ଭଲ୍ୟୁମ୍ ଥିବା ପୁସ୍ତକ "ଭାରତର ଲିଗାଲ୍ ଏବଂ ସାମ୍ବିଧାନିକ ଇତିହାସ"ଟି ଆଇ ଡିଗ୍ରୀ ପାଠ୍ୟକ୍ରମରେ ପଢାଯାଇଥାଏ ।












Click it and Unblock the Notifications