ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଭେଣ୍ଟିଲେଟରରେ ଭର୍ତ୍ତି
ବହୁ ଅଙ୍ଗ ଅଚଳ ହେବା ସହ ସେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଦେଖାଦେଇଥିଲା | ଏହାପରେ ସେ ଚେତାଶୂନ୍ୟ ହୋଇପଡିଛନ୍ତି ବୋଲି ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୂଚନା ଦେଇଛନ୍ତି |
ଗୌହାଟୀ : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି | ତାଙ୍କୁ ଚିତ୍ସା ପାଇଁ ଭେଣ୍ଟିଲେଟରରେ ରଖାଯାଇଛି | ନଭେମ୍ବର 2ରେ ଗୌହାଟି ମେଡିକାଲ କଲେଜ ଏବଂ ହସ୍ପିଟାଲ (ଜିଏମଏଚ୍) ରେ ଭର୍ତ୍ତି ହେବା ପରଠାରୁ 86 ବର୍ଷୀୟ ତରୁଣ ଗୋଗୋଇଙ୍କୁ ନନ୍ ଇନ୍ଭାସିଭ୍ ଭେଣ୍ଟିଲେସନରେ ରଖାଯାଇଥିଲା | କିନ୍ତୁ ଶନିବାର ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରଯାଇଛି |
ବହୁ ଅଙ୍ଗ ଅଚଳ ହେବା ସହ ସେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଦେଖାଦେଇଥିଲା | ଏହାପରେ ସେ ଚେତାଶୂନ୍ୟ ହୋଇପଡିଛନ୍ତି ବୋଲି ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୂଚନା ଦେଇଛନ୍ତି |

"ଔଷଧ ଏବଂ ଅନ୍ୟାନ୍ୟ ଉପାୟରେ ତାଙ୍କ ଅଙ୍ଗକୁ ଠିକ୍ କରିବାକୁ ଚେଷ୍ଟା ଚାଲିଛି | ଡାକ୍ତରମାନେ ମଧ୍ୟ ଏକ ଡାୟଲିସିସ୍ ଚେଷ୍ଟା କରିବେ | ତେବେ ପରବର୍ତ୍ତୀ 48-72 ଘଣ୍ଟା ଅତ୍ୟନ୍ତ ଜଟିଳ ଏବଂ ତାଙ୍କୁ ସୁସ୍ଥ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି ଶ୍ରୀ ଶର୍ମା କହିଛନ୍ତି |
ଏଥି ସହିତ ଜିଏମଏଚସିର ଡାକ୍ତରମାନେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ବିଶେଷଜ୍ଞଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ଏହି ଅବସ୍ଥାରେ ତାଙ୍କୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାର କୌଣସି ସମ୍ଭାବନା ନାହିଁ ବୋଲି ଶର୍ମା ସୂଚନା ଦେଇଛନ୍ତି |
ଅଗଷ୍ଟ 25 ରେ ଗୋଗୋଇ COVID-19 ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ପରଦିନ GMCH ରେ ଚିକିତ୍ସିତ ହୋଇଥିଲେ |
ଏଥି ସହିତ ତାଙ୍କ ପୁଅ ତଥା ଲୋକସଭା ସାଂସଦ ଗୌରବ ଗୋଗୋଇ ଆସାମ ମୁଖ୍ୟ ସଚିବ ଜିଷ୍ଣୁ ବାରୁଆ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି |












Click it and Unblock the Notifications