Get Updates
Get notified of breaking news, exclusive insights, and must-see stories!

14 ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ

Chandrababu Naidu Arrested: ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଗିରଫ ହେବା ପରେ ଚନ୍ଦ୍ରବାବୁଙ୍କୁ ରବିବାର ଦିନ ବିଜୟୱାଡ଼ା ଅଦାଲତ 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

chandrababu naidu

ଏହା ପରେ ରବିବାର ରାତିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା 'ଟିଡିପି' ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ରାଜାମହେନ୍ଦ୍ରବରମ୍‌ସ୍ଥିତ କେନ୍ଦ୍ରୀୟ କାରାଗାରକୁ ନିଆଯାଇଥିବା ସୂଚନା ରହିଛି । ଏଥିପାଇଁ ଚନ୍ଦ୍ରବାବୁଙ୍କୁ ବିଜୱାଡ଼ାଠାରୁ 200 କିଲୋମିଟର୍‌ ଦୂର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ରାଜାମହେନ୍ଦ୍ରବରମ୍‌କୁ ନିଆଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ବିଚାର ବିଭାଗୀୟ ହାଜତ ରହଣି ସମୟରେ ନାଇଡୁଙ୍କୁ ଘରରନ୍ଧା ଖାଦ୍ୟ ପରି ଖାଦ୍ୟ, ଔଷଧପତ୍ର ଓ ସ୍ୱତନ୍ତ୍ର ପ୍ରକୋଷ୍ଠ ଲାଗି ବ୍ୟବସ୍ଥା ପାଇଁ ଅଦାଲତ ମଞ୍ଜୁରି ଦେଇଥିଲେ । ଜୀବନ ପ୍ରତି ବିପଦ ଥିବା ଆଶଙ୍କା ଯୋଗୁଁ 73 ବର୍ଷିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଲ୍‌ ଭିତରେ ପୃଥକ୍‌ କୋଠରି ଦିଆଯାଇଛି । ସୂଚନାଯୋଗ୍ୟ, ତାଙ୍କ ପାଇଁ ଆଗରୁ 'ଜେଡ୍‌+' ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛି । ଗତ ରାତିରେ ନାଇଡୁଙ୍କ ପୁଅ ତଥା 'ଟିଡିପି'ର ସାଧାରଣ ସମ୍ପାଦକ ନର ଲୋକେଶ ତାଙ୍କ ପଛେ ପଛେ ଜେଲ୍‌ ଫାଟକ ପର୍ଯ୍ୟନ୍ତ ଯାଇ କିଛି ସମୟ ଠିଆ ହେବା ପରେ ଫେରିଯାଇଥିଲେ ।

ଉଲ୍ଲେଖଥାଉକି, 371 କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିଲା । ସୁପ୍ରିମକୋର୍ଟର ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରାଙ୍କ ସମେତ ଏକ ଆଇନଜୀବୀ ଦଳ ତାଙ୍କ ପ୍ରତିନିଧିତ୍ୱ କରିଥିଲେ । ଦୁର୍ନୀତି ନିବାରଣ ଆଇନ ପରିପ୍ରେକ୍ଷୀରେ ତାଙ୍କୁ ମିଥ୍ୟା ଭାବେ ଫସାଇ ଦିଆଯାଇଛି ଏବଂ ଆଇନଗତ ବୈଷୟିକ ତ୍ରୁଟି ଦର୍ଶାଇ ସେ ଅଦାଲତଙ୍କୁ କହିଛନ୍ତି ଯେ କୌଣସି ଦୃଢ଼ ଅଭିଯୋଗ ନାହିଁ ଏବଂ ପ୍ରସିକ୍ୟୁସନ ଏଜେନ୍ସିର ରିମାଣ୍ଡ ରିପୋର୍ଟକୁ ଖାରଜ କରିବାକୁ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ।

ଟିଡିପି ନେତାଙ୍କ ଓକିଲମାନେ ଯୁକ୍ତି ବାଢ଼ିଥିଲେ ଯେ ଯେହେତୁ ଏହି ଅପରାଧ ସମୟରେ ସେ ମୁଖ୍ୟମନ୍ତ୍ରୀ ଥିଲେ । ତେଣୁ ତଦନ୍ତର ମଞ୍ଜୁରୀ କେବଳ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହିଁ ଦେଇପାରିବେ । କିନ୍ତୁ ଏପରି ହୋଇନଥିଲା । ଏଣୁ ଏହା ଆଇନର ଉଲ୍ଲଙ୍ଘନ ଓ ଏହାକୁ ଦୃଷ୍ଟିରେ ରଖି ତାଙ୍କ ରିମାଣ୍ଡକୁ ଖାରଜ କରାଯାଉ ।

ଏହାର ଜବାବରେ ଆନ୍ଧ୍ର ପୋଲିସର ଓକିଲ କହିଥିଲେ ଯେ ନାଇଡୁ ତଦନ୍ତରେ ସହଯୋଗ କରୁନଥିଲେ ଓ ସ୍ପଷ୍ଟ ଉତ୍ତର ଦେଉନଥିଲେ । ଟିଡିପି କର୍ମୀମାନେ ପୋଲିସ କର୍ମଚାରୀମାନଙ୍କୁ ଡରାଉଥିଲେ । ଏସବୁ ଯୁକ୍ତି ଶୁଣିବା ପରେ କୋର୍ଟ 14 ଦିନିଆ ବିଚାର ବିଭାଗୀୟ ହାଜତ ମଂଜୁର କରିଥିଲେ ।
ନାଇଡୁଙ୍କ ଗିରଫଦାରୀ ଶନିବାର ସକାଳୁ ନନ୍ଦିଆଲରେ ହୋଇଥିଲା । ନିଜ ବସ ଭିତରେ ନାଇଡୁ ଶୋଇଥିଲେ । ସିଆଇଡି ମୁଖ୍ୟ ଏନ୍ ସଞ୍ଜୟ କହିଛନ୍ତି ଯେ ନାଇଡୁଙ୍କୁ ଏହି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ବିବେଚନା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+