Get Updates
Get notified of breaking news, exclusive insights, and must-see stories!

26/11 ମୁମ୍ବାଇ ଆକ୍ରମଣ : ଆତଙ୍କବାଦୀ କସାବର ଫୋନକୁ ନଷ୍ଟ କରିଥିଲେ ପରମ୍ବୀର ସିଂହ ! ପୂର୍ବତନ ଏସିପି ଶମଶେର ଖାନଙ୍କ ଅଭିଯୋଗ

ଶମଶେର ଖାନ ପଠାନ ଦାବି କରିଛନ୍ତି ଯେ ପରମବୀର ସିଂ ଆତଙ୍କବାଦୀ ଅଜମଲ କସାବର ଫୋନକୁ ଜବତ କରିଥିଲେ କିନ୍ତୁ ଏହା ପ୍ରମାଣ ଭାବରେ କେବେହେଲେ ଦାଖଲ କରାଯାଇ ନାହିଁ ।

ମୁମ୍ବାଇ : ଆଜି ମୁମ୍ବାଇରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ 26/11 (ନଭେମ୍ବର 26) କୁ 13 ବର୍ଷ ପୂରଣ ହୋଇଛି । 26/11 ର ବାର୍ଷିକୀ ଅବସରରେ, ସମଗ୍ର ଦେଶ ଆତଙ୍କବାଦୀଙ୍କ ସହ ଲଢିବା ସମୟରେ ସହିଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଏହି ଅବସରରେ ଅବସରପ୍ରାପ୍ତ ଏସିପି ଶମଶେର ଖାନ ପଠାନ ମୁମ୍ବାଇ ପୋଲିସ କମିଶନରଙ୍କୁ ଲେଖିଥିବା ଚିଠିରେ ତତ୍କାଳୀନ ଡିଆଇଜି ଏଟିଏସ ପରମବୀର ସିଂହଙ୍କ ଉପରେ ଏକ ବଡ ଅଭିଯୋଗ କରିଛନ୍ତି । ଶମଶେର ଖାନ ପଠାନ ଦାବି କରିଛନ୍ତି ଯେ ପରମବୀର ସିଂ ଆତଙ୍କବାଦୀ ଅଜମଲ କସାବର ଫୋନକୁ ଜବତ କରିଥିଲେ କିନ୍ତୁ ଏହା ପ୍ରମାଣ ଭାବରେ କେବେହେଲେ ଦାଖଲ କରାଯାଇ ନାହିଁ ।

Shamsher Khan-Parambir Singh

ସୂଚନାଯୋଗ୍ୟ ଯେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ପୂର୍ବରୁ ଦାଦାବଟି ଆଦାୟ ଅଭିଯୋଗର ସାମ୍ନା କରୁଛନ୍ତି, ତାଙ୍କୁ ଗତ 6 ଘଣ୍ଟା ଧରି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପଚରାଉଚରା କରିଥିଲା । ବର୍ତ୍ତମାନ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ତାଙ୍କର ସନ୍ଦେହଜନକ କାର୍ଯ୍ୟକଳାପକୁ ନେଇ ପରମବୀରଙ୍କ ସମସ୍ୟା ବଢିପାରେ ବୋଲି କୁହାଯାଉଛି । ଜୁଲାଇ 2021 ରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଲେଖିଥିବା ଏକ ଚିଠିରେ ପରମବୀର ସିଂହଙ୍କ ଆତଙ୍କବାଦୀଙ୍କ ସଂଯୋଗ ଥିବା ନେଇ ଅବସରପ୍ରାପ୍ତ ଏସିପି ଶମଶେର ଖାନ ପଠାନ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ପରମବୀରଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।

ଜୁଲାଇ 2021 ରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଲେଖିଥିବା ଚିଠିରେ ଅବସରପ୍ରାପ୍ତ ଏସିପି ଶମଶେର କାନ ପଠାନ ଅଭିଯୋଗ କରିଛନ୍ତି ଯେ 26/11 ଆତଙ୍କବାଦୀ ଆକ୍ରମଣରେ ତତ୍କାଳୀନ ଡିଆଇଜି ଏଟିଏସ ପରମବୀର ସିଂହ ଆତଙ୍କବାଦୀ ଅଜମଲ କସାବର ଫୋନକୁ ଜବତ କରିଥିଲେ, କିନ୍ତି ସେ ଫୋନ କୁଆଡ଼େ ଗଲା ଆଜି ପର୍ଯ୍ୟନ୍ତ ତାହା ଜଣା ପଡ଼ିନାହିଁ କିମ୍ବା ତାକୁ ପ୍ରମାଣ ଭାବରେ ମଧ୍ୟ ଦାଖଲ କରାଯାଇ ନଥିଲା । ଶମସେର ଖାନ ପଠାନ କହିଛନ୍ତି, "ମୁଁ ଏ ବର୍ଷ ଜୁଲାଇରେ ଏକ ଚିଠି ଲେଖିଥିଲି । ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କୁ (ପରମବୀର୍ ସିଂହ) ଏନଆଇଏ ଦ୍ୱାରା ଗିରଫ କରାଯିବା ଉଚିତ୍ । ସେ ହୁଏତ ଜବତ ହୋଇଥିବା ପ୍ରମାଣକୁ ଆଇଏସଆଇଏସକୁ ବିକ୍ରି କରିଥାଇ ପାରନ୍ତି କିମ୍ବା ଦାଦାବଟି ଆଦାୟ ପାଇଁ ବ୍ୟବହାର କରିଥାଇପାରନ୍ତି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+