Get Updates
Get notified of breaking news, exclusive insights, and must-see stories!

ବନ୍ୟା ବିଭିଷୀକା : ମହାରାଷ୍ଟ୍ରରେ 102 ଜଣ ଏବଂ ଗୁଜରାଟରେ 106 ଜଣଙ୍କର ମୃତ୍ୟୁ

କେତେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାରାଷ୍ଟ୍ରରେ ଜୁନ୍ 1 ତାରିଖରୁ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ 102 ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ।

ନୂଆଦିଲ୍ଲୀ : ଦେଶର ଅନେକ ରାଜ୍ୟରେ ବର୍ଷା ଲାଗି ରହିଛି । କେତେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାରାଷ୍ଟ୍ରରେ ଜୁନ୍ 1 ତାରିଖରୁ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ 102 ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ NDRF ର 13 ଟି ଟିମ୍ ଏବଂ SDRF ର ଚାରୋଟି ଟିମ୍ ନିୟୋଜିତ ହୋଇଛନ୍ତି । 11 ହଜାର 836 ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି । ଏଥି ସହିତ ଗୁଜୁରାଟରେ ବନ୍ୟା ଯୋଗୁଁ 90 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

flood

ମହାରାଷ୍ଟ୍ରରେ ବର୍ଷା ଓ ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା 102 ଜଣଙ୍କର ମୃତ୍ୟୁ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 189 ପ୍ରାଣୀଙ୍କର ମୃତ୍ୟୁ ହୋଇଛି । ବୁଲଡାନା, ନାଶିକ୍ ଏବଂ ନନ୍ଦୁରବର ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି । ଏଥି ସହିତ ପ୍ରବଳ ବର୍ଷା ସମ୍ପର୍କରେ ପାଣିପାଗ ବିଭାଗ ପୁନର୍ବାର ସତର୍କ ସୂଚନା ଜାରି କରିଛି । ବନ୍ୟା ଯୋଗୁଁ 275 ଟି ଗାଁ ପ୍ରଭାବିତ ହୋଇଛି । ବନ୍ୟା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

ପାଣିପାଗ ବିଭାଗ ପାଲଘର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରିଛି । ଏଥି ସହିତ ପୁଣେ ଏବଂ ସାତାରା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ ମୁମ୍ବାଇ, ଥାନେ, ନାଶିକ, କୋଲହାପୁର, ଆକୋଲା, ରାୟଗଡ, ରତ୍ନାଗିରି, ସିନ୍ଧୁଦର୍ଗ, ଅମ୍ରାବତୀ, ଭଣ୍ଡାରା, ବୁଲଡାନା, ଚନ୍ଦ୍ରପୁର, ଗଡଚିରୋଲି ଭଳି ଅନେକ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ ଗାଡଚିରୋଲି ଏବଂ ଚନ୍ଦ୍ରପୁର ଜିଲ୍ଲାରେ ହାରାହାରି 20.5 ମିଲିମିଟର ବର୍ଷା ହୋଇଛି । ଲଗାତାର ବର୍ଷା ହେତୁ ମଞ୍ଜରା ଡ୍ୟାମରେ ଜଳ ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ସେହିପରି ଗତ 15 ଦିନ ଧରି ଗୁଜରାଟରେ ପ୍ରବଳ ବର୍ଷା ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ବୁଡ଼ିଯିବା, କାନ୍ଥ ଭୁଶୁଡ଼ିବା ଏବଂ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି 11 ଜଣଙ୍କର ମୃତ୍ୟୁ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା 106 ରେ ପହଞ୍ଚିଛି । ପ୍ରବଳ ବର୍ଷା ହେତୁ ଦେବକା, ସରସ୍ୱତୀ ଏବଂ ହିରନ ନଦୀ ଜଳସ୍ତର ବୃଦ୍ଧି ପାଇଛି । ଅନ୍ୟପକ୍ଷରେ, ନାଭସାରୀ ଅଞ୍ଚଳରେ ଅମ୍ବିକା ନଦୀର ଜଳ ସ୍ତର ବୃଦ୍ଧି ହେତୁ ନଦୀ କୂଳରେ ଅବସ୍ଥିତ ସୋନୱାଡି ଅବସ୍ଥା ଅତ୍ୟନ୍ତ ଖରାପ ରହିଛି ।

ନାଭସାରୀ, ଭାଲସାଦ, ଆମ୍ରେଲି, ଭାବନଗର, ତାପି, ନର୍ମଦା, ଡାଙ୍ଗ ଜୁନାଗଡ ଏବଂ ଗିର-ସୋମନାଥ ଆଦି 9 ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟର ପ୍ରଭାବ ଦେଖିବାକୁ ମିଳୁଛି । ଏହି କାରଣରୁ ରାଜ୍ୟର ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେତୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଗୁଜୁରାଟ ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏଥି ସହିତ ଅନେକ ଦକ୍ଷିଣ ରାଜ୍ୟରେ ପ୍ରବଳ ବର୍ଷା ହେତୁ ଜନଜୀବନ ପ୍ରଭାବିତ ହୋଇଛି । ଶନିବାର ଦିନ କର୍ଣ୍ଣାଟକର ଅନେକ ଜିଲ୍ଲାରେ ମଧ୍ୟ ବର୍ଷା ଜାରି ରହିଥିଲା । ପ୍ରବଳ ବର୍ଷା ହେତୁ 30 ଟି ଜିଲ୍ଲା ମଧ୍ୟରୁ 13 ଟି ବନ୍ୟା ପ୍ରଭାବିତ ହୋଇଛି । କେରଳରେ ପ୍ରବଳ ବର୍ଷା ହେତୁ କାସାରାଗୋଡ, କୋଜିକୋଡେ ଏବଂ ୱାୟାନାଡ ଜିଲ୍ଲାର ନଦୀ ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି । ଆଜି କାସାରାଗୋଡ, ଇଡୁକି, ୱାୟନାଡ ଏବଂ କନ୍ନୁର ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+