ମହିଳା କର୍ମଚାରୀଙ୍କ ପ୍ରତି ଅସଦାଚରଣ ଜଣେ ବିଚାରପତିଙ୍କ କ୍ଷେତ୍ରରେ ଗ୍ରହଣୀୟ ନୁହେଁ : ସୁପ୍ରିମକୋର୍ଟ

ଜଣେ ଜୁନିଅର ଅଧିକାରୀଙ୍କ ସହ ଫ୍ଲର୍ଟିଂ ତଥା ଅସଦାଚରଣ କରିବା ଜଣେ ବିଚାରପତିଙ୍କ ପାଇଁ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍ଏ ବୋବଡେ ରାୟ ଦେଇଛନ୍ତି ।

ନୂଆଦିଲ୍ଲୀ : ଜଣେ ଜୁନିଅର ଅଧିକାରୀଙ୍କ ସହ ଫ୍ଲର୍ଟିଂ ତଥା ଅସଦାଚରଣ କରିବା ଜଣେ ବିଚାରପତିଙ୍କ ପାଇଁ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍ଏ ବୋବଡେ ରାୟ ଦେଇଛନ୍ତି । ମଧ୍ୟପ୍ରଦେଶର ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କ ଦ୍ୱାରା କରାଯାଇଥିବା ପିଟିସନର ଶୁଣାଣି ବେଳେ ମଙ୍ଗଳବାର ଭାରତର ପ୍ରଧାନ ବିଚାରପତି ମୌଖିକ ନିରୀକ୍ଷଣରେ କହିଛନ୍ତି ।

ଅବସରପ୍ରାପ୍ତ ବିଚାରପତି ତାଙ୍କ ବିରୋଧରେ ମଧ୍ୟପ୍ରଦେଶ ହାଇକୋର୍ଟରେ ହୋଇଥିବା ଶୃଙ୍ଖଳାଗତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ପୂର୍ବତନ ଜିଲ୍ଲା ଜଜଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିଥିବାବେଳେ ସୁପ୍ରିମକୋର୍ଟ ସେପ୍ଟେମ୍ବର 2020 ରେ ଶୃଙ୍ଖଳାଗତ ପ୍ରକ୍ରିୟା ସ୍ଥଗିତ ରଖିଥିଲେ ।

Supreme-Court-India

ମଧ୍ୟପ୍ରଦେଶ ହାଇକୋର୍ଟ ପକ୍ଷରୁ ହାଜର ହୋଇ ବରିଷ୍ଠ ଆଡଭୋକେଟ୍ ରବିନ୍ଦ୍ର ଶ୍ରୀବାସ୍ତବ ପୂର୍ବତନ ବିଚାରପତି ମହିଳା ଅଫିସରଙ୍କ ନିକଟକୁ ପଠାଯାଇଥିବା ହ୍ୱାଟସ୍ ଆପ୍ ମେସେଜ୍ ପଢିଥିଲେ । ଜଣେ ମହିଳା କର୍ମଚାରୀଙ୍କ ସହ କାମ କରିବା ସମୟରେ ସକରାତ୍ମକ ଆଚରଣ ରହିବା ଉଚିତ୍ ବୋଲି ଶ୍ରୀବାସ୍ତବ ମୁଖ୍ୟ ବିଚାରପତି ବୋବଡେ, ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଭି ରାମାସୁବ୍ରମଣ୍ୟାନଙ୍କ ତିନିଜଣିଆ ଖଣ୍ଡପୀଠ ଆଗରେ ଯୁକ୍ତି ବାଢିଥିଲେ ।

ଜଣେ ଜୁନିଅର ଅଧିକାରୀଙ୍କ ସହ ଫ୍ଲର୍ଟ କରିବା ଜଣେ ବିଚାରପତିଙ୍କ ପାଇଁ ଗ୍ରହଣୀୟ ଆଚରଣ ନୁହେଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

ପୂର୍ବତନ ଜିଲ୍ଲା ଜଜଙ୍କ ପକ୍ଷରୁ ସିନିୟର ଆଡଭୋକେଟ୍ ଆର ବାଲାସୁବ୍ରମଣ୍ୟମ୍ କୋର୍ଟଙ୍କୁ କହିଛନ୍ତି ଯେହେତୁ ମହିଳା ଅଧିକାରୀ ଆବେଦନକାରୀଙ୍କ ବିରୋଧରେ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରିସାରିଛନ୍ତି, ତେଣୁ ହାଇକୋର୍ଟଙ୍କ ଦ୍ୱାରା ହୋଇଥିବା ଶୃଙ୍ଖଳାଗତ ପ୍ରକ୍ରିୟା ଅନୁସରଣଯୋଗ୍ୟ ନୁହେଁ ।

ମହିଳଆ ଅଧିକାରୀଜଣକ ଲଜ୍ୟା ଭୟରେ ତାଙ୍କର ଅଭିଯୋଗ ପ୍ରତ୍ୟାହାର କରିଥାଇପାରନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟର ବେଞ୍ଚ ।

ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ମୁଖ୍ୟ ବିଟାରପତି ବୋବଡେ କହିଛନ୍ତି ଯେ, ମହିଳା ଅଧିକାରୀ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରିନେଲେ ମଧ୍ୟ ବିଭାଗୀୟ ତଦନ୍ତ ଜାରି ରଖିବା ହାଇକୋର୍ଟର କର୍ତ୍ତବ୍ୟ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ହ୍ୱାଟସ୍ ଆପ୍ ମେସେଜ୍ ଅତ୍ୟନ୍ତ ଆପତ୍ତିଜନକ ଏବଂ ଅନୁପଯୁକ୍ତ ମନେ କରୁଛୁ ।

ଏହି ଆବେଦନ ପ୍ରତ୍ୟାହାର ସମ୍ପର୍କରେ ତାଙ୍କ ଓକିଲଙ୍କ ସହ ପରାମର୍ଶ କରିବାକୁ ସୁପ୍ରିମ କୋର୍ଟ ବେଞ୍ଚ ଜିଲ୍ଲା ଜଜଙ୍କୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସମୟ ପ୍ରଦାନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+