'ପାପା କି ପରୀ ପାପାକୋ ବହତ୍ ମିସ୍ କର ରହି ହୈ... ', ନକ୍ଲଲଙ୍କ ପ୍ରତି କୁନି ଝିଅର ନିବେଦନ

"ବାପାଙ୍କ ପରୀ ବାପାଙ୍କୁ ବହୁତ୍ ମିସ୍ କରୁଛି, ମୁଁ ମୋ ବାପାଙ୍କୁ ବହୁତ ଭଲ ପାଏ । ନକ୍ସଲ ଅଙ୍କଲ ଦୟାକରି ମୋ ବାପାଙ୍କୁ ଛାଡ଼ି ଦିଅନ୍ତୁ ।"

"ବାପାଙ୍କ ପରୀ ବାପାଙ୍କୁ ବହୁତ୍ ମିସ୍ କରୁଛି, ମୁଁ ମୋ ବାପାଙ୍କୁ ବହୁତ ଭଲ ପାଏ । ନକ୍ସଲ ଅଙ୍କଲ ଦୟାକରି ମୋ ବାପାଙ୍କୁ ଛାଡ଼ି ଦିଅନ୍ତୁ ।"
ଏହା ଥିଲା ଛଚିଶଗଡ଼ ନକ୍ସଲ ଆକ୍ରମଣ ପରେ ଅପହରଣ କରାଯାଇଥିବା ଜଣେ ସିଆରପିଏଫ୍ ଜବାନଙ୍କ 5ବର୍ଷୀୟା ଝିଅ ରାଘବୀର ନକ୍ସଲମାନଙ୍କ ପ୍ରତି ଅନୁରୋଧ । ଝିଅଟି କାନ୍ଦି କାନ୍ଦି ବାପାଙ୍କୁ ଛାଡ଼ି ଦେବାକୁ ଅନୁରୋଧ କରୁଛି ।

ଛଟିଶଗଡ଼ ବିଜାରପୁରରେ ଶନିବାର ନକ୍ସଲମାନେ ଯବାନଙ୍କ ଉପରକୁ ଆକ୍ରମଣ କରିବା ଫଳରେ 23ଜଣ ଯବାନ ସହିଦ୍ ହୋଇଛନ୍ତି । ଏହା ସହିତ ନକ୍ସଲମାନେ ରାକେଶ୍ୱର ସିଂହ ମାନହସଙ୍କୁ (ସିଆରପିଏଫ୍ ଯବାନ) ଅପହରଣ କରିନେଇଥିବା କୁହାଯାଉଛି ।

5year old daughter of CRPF

କେବଳ ରାକେଶ୍ୱରଙ୍କ ଝିଅ ନୁହେଁ, ତାଙ୍କର 7 ବର୍ଷର ଭଣଜା ଆକାଶ ତାଙ୍କ ମାମୁଁଙ୍କ ସମ୍ପର୍କରେ ପଚରାଉଚରା କରୁଛନ୍ତି । ସେ ତାଙ୍କ ଘରକୁ ଆସୁଥିବା ସାମ୍ବାଦିକମାନଙ୍କୁ କହିଛନ୍ତି, "ଅଙ୍ଗଲ, ଆପଣ ଗଣମାଧ୍ୟମରେ ଅଛନ୍ତି, ଆଫଣ ନିଶ୍ଚୟ ଜାଣିଥିବେ ମୋ ମାମୁଁ କେଉଁଠି ଅଛନ୍ତି ।"

ତାଙ୍କ ଅପହରଣ ଖବର ସାମ୍ନାକୁ ଆସିବା ପରେ ପରିବାରରେ ଦୁଃଖ ଛାଇ ଯାଇଥିବା ସହ ବନ୍ଧୁ ପରିଜନ ଏହି ସମୟରେ ତାଙ୍କୁ ସାହାରା ହେବା ପାଇଁ ମାନସଙ୍କ ଘରେ ପହଞ୍ଚିଛନ୍ତି । ଆସନ୍ତା 15 ତାରିଖରେ ସେ ପାରିବାରର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଘରକୁ ଆସିବାର ଥିଲା ।

"ପାଞ୍ଚ ଦିନ ପୂର୍ବରୁ ମୁଁ ମୋ ସ୍ୱାମୀଙ୍କ ସହ ଫୋନରେ କଥା ହୋଇଥିଲି । ସେ ମୋତେ କହିଥିଲେ ଯେ ସେ ଏକ ଅପରେସନ୍ ପାଇଁ ଯାଉଛନ୍ତି ଏବଂ ଫେରିବା ପରେ ମୋତେ କଲ୍ କରିବେ । ଯେତେବେଳେ ମୁଁ ଟେଲିଭିଜନରେ ଆକ୍ରମଣ ବିଷୟରେ ଖବର ଶୁଣିଲି, ମୁଁ ଭୟଭୀତ ହୋଇ ତାଙ୍କୁ ତାଙ୍କ ନମ୍ବରରେ କଲି କଲି । କିନ୍ତୁ କୌଣସି ଉତ୍ତର ପାଇନିଥିଲି ବୋଲି କହିଛନ୍ତି ତାଙ୍କ ପତ୍ନୀ ।"

ସ୍ୱାମୀଙ୍କ ମୋବାଇଲରୁ କୌଣସି ଉତ୍ତର ନପାଇବାରୁ ମୀନୁ ତାଙ୍କର ଜଣେ ସହକର୍ମୀଙ୍କ ନମ୍ବରକୁ କଲ୍ କରିଥିଲେ, ଆକ୍ରମଣ ଦିନଠାରୁ ତାଙ୍କ ସ୍ୱାମୀ ନିଖୋଜ ଥିବା ନେଇ ସେ ସୂଚନା ଦେଇଥିଲେ । ସେ କହିଛନ୍ତି ଯେ ସୋମବାର ଅପରାହ୍ନରେ ବିଜାପୁରର ଜଣେ ସ୍ଥାନୀୟ ସାମ୍ବାଦିକ ବୋଲି ଦାବି କରୁଥିବା ଜଣେ ଅଜ୍ଞାତ ବ୍ୟକ୍ତିଙ୍କଠାରୁ କଲ ଆସିବା ପରେ ପରିବାରକୁ ଆଉ ଏକ ଝଟକା ଲାଗିଛି । ବ୍ୟକ୍ତି ଜଣକ ତାଙ୍କ ସ୍ୱାମୀଙ୍କୁ ମୁକ୍ତ କରିବା ପାଇଁ ନକ୍ସଲଙ୍କ ପାଇଁ ଏକ ଭିଡିଓ ଆବେଦନ କରିବାକୁ କହିଥିଲେ ।

ସେହି ବ୍ୟକ୍ତି ମୋତେ କହିଥିଲେ ଯେ, ମୋ ସ୍ୱାମୀଙ୍କୁ ନକ୍ସଲମାନେ ଅପହରଣ କରିଛନ୍ତି ଏବଂ ମୋ ସ୍ୱାମୀଙ୍କୁ ଛାଡ଼ିବା ପାଇଁ ନିବେଦନ କରି ଏକ ଭିଡିଓ ମେସେଜ୍ ରେକର୍ଡ କରିବା ଉଚିତ୍... । ମୁଁ ତାଙ୍କୁ ଏକ ଅନୁରୋଧ ଭିଡ଼ିଓ ପଠାଇଥିଲି । କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହୋଇଛି ଯେ ବିଜାପୁରରେ ବସିଥିବା ବ୍ୟକ୍ତି କିପରି ମୋ ନମ୍ବର ପାଇଲେ । ଏହାର ଅନୁସନ୍ଧାନ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ମୀନୁ ଆଶାବାଦୀ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସ୍ୱାମୀଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବେ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପାକିସ୍ତାନରୁ ୱିଙ୍ଗ କମାଣ୍ଡର ଅଭିନାନନ୍ଦଙ୍କ ନିରାପଦ ପ୍ରତ୍ୟାବର୍ତ୍ତନକୁ ନିଶ୍ଚିତ କରିଛନ୍ତି ଏବଂ ମୁଁ ଆଶା କରୁଛି ଯେ ସେ ନିଶ୍ଚିତ କରିବେ ଯେ ମୋ ସ୍ୱାମୀ ମଧ୍ୟ ଆମ ପାଖକୁ ନିରାପଦରେ ଫେରିବେ ।

କ'ଣ ଘଟିଛି ତାହା ବୁଝିବା ତାଙ୍କ ପାଇଁ କଷ୍ଟସାଧ୍ୟ, କିନ୍ତୁ ଯେତେବେଳେ ଲୋକମାନେ ଆମ ଘରକୁ ଯାଇ କାନ୍ଦନ୍ତି, ସେ ମଧ୍ୟ କ୍ରମାଗତ ଭାବରେ କାନ୍ଦୁଛନ୍ତି ଏବଂ ସମସ୍ତଙ୍କୁ ତାଙ୍କ ପିତାଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରୁଛନ୍ତି ବୋଲି ମୀନୁ କହିଛନ୍ତି ।

ମାଓବାଦୀଙ୍କ ସହ ସରକାର ଆଲୋଚନା କରିବେ ଏବଂ ପୁଅକୁ ମୁକ୍ତ କରିବେ ବୋଲି ମାନହସଙ୍କ 75 ବର୍ଷ ବୟସ୍କା ମାତା କୁନ୍ତୀ ଦେବୀ ଆଶା କରୁଛନ୍ତି ।

"ମୋ ସ୍ୱାମୀ ମଧ୍ୟ CRPF ରେ ଥିଲେ ଏବଂ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ମୋ ପୁଅ CRPF ରେ ଯୋଗଦେବା ପାଇଁ ତାଙ୍କ ପିତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲା । ଆମେ ଆଶା କରୁଛୁ ଯେ ମୋ ପୁଅକୁ ଫେରାଇ ଆଣିବା ପାଇଁ ସରକାର କୌଣସି ରାସ୍ତାକୁ ଛାଡିବେ ନାହିଁ ।", ବୋଲି ତାଙ୍କ ମା କହିଛନ୍ତି ।

ଏହି ସମୟରେ, CRPF ସେମାନଙ୍କ ଯବାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନକୁ ନିଶ୍ଚିତ କରିଛି ଏବଂ ନିଖୋଜ ଯବାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

"ମୁଁ ପରିବାରକୁ ଆଶ୍ୱାସନା ଦେବା ପାଇଁ ଏଠାକୁ ଆସିଛି ଯେ ଏହି ସମୟରେ ସମଗ୍ର CRPF ଏବଂ କେନ୍ଦ୍ର ସରକାର ଏହି ପରିବାର ସହିତ ଛିଡ଼ା ହୋଇଛନ୍ତି, ଆମେ ଏହି ଅପରେସନରେ ଆମର ସାହସୀ ଯବାନମାନଙ୍କୁ ହରାଇଛୁ, କିନ୍ତୁ ଆମେ ପରିବାରକୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଆମେ ସେମାନଙ୍କ ପୁଅକୁ ଫେରାଇ ଆଣିବୁ", ବୋଲି CRPF ମୁଖ୍ୟାଳୟ ଜାମ୍ମୁରୁ ପିସି ଗୁପ୍ତା କମାଣ୍ଡାଣ୍ଟ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+