ଦିଲ୍ଲୀରେ ଅସ୍ତ୍ରଶସ୍ତ୍ର ସହ ପାଞ୍ଚ ଆତଙ୍କବାଦୀ ଗିରଫ
ସମସ୍ତ ପାଞ୍ଚ ଆତଙ୍କବାଦୀଙ୍କ ସହ ପୋଲିସର ଗୁଳିବିନିମୟ ମଧ୍ୟ ହୋଇଥିଲା | ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ସମେତ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଉଦ୍ଧାର କରାଯାଇଛି | ଏହି ଆତଙ୍କବାଦୀଙ୍କ ପାଖରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ମଧ୍ୟ ସମର୍ଥନ ରହିଛି |
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ମଧ୍ୟରେ ସୋମବାର ସକାଳେ ଶକରପୁର ଠାରେ ପୋଲିସ୍ ସହିତ ଗୁଳିବିନମୟ ପରେ ପାଞ୍ଚଜଣ ଆତଙ୍କାବାଦୀଙ୍କୁ ଗିରଫ କରାଯାଇଛି | ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି | ଧରାପଡିଥିବା ପାଞ୍ଚ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ପଞ୍ଜାବର ଏବଂ ତିନି ଜଣ କାଶ୍ମୀରର ବୋଲି ଜଣାପଡ଼ିଛି | ବରିଷ୍ଠ ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପାଞ୍ଚଜଣଙ୍କୁ ନାର୍କୋ ଆତଙ୍କବାଦ ମାମଲାରେ ଗିରଫ କରାଯାଇଛି | ଏହି ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ସମର୍ଥନ ରହିଛି ବୋଲି ପୋଲିସ ସୂଚନା ଦେଇଛି |

ଏହି ମାମଲା ସମ୍ପର୍କରେ ସୂଚନା ଦେଇ ସ୍ପେଶାଲ୍ ସେଲ୍ ଡିସିପି ପ୍ରମୋଦ କୁଶୱା କହିଛନ୍ତି ଯେ, ଏହି ପାଞ୍ଚ ଜଣ ଆତଙ୍କବାଦୀଙ୍କ ବିଷୟରେ ଆମକୁ ସୂଚନା ମିଳିଥିଲା, ଏହା ପରେ ସ୍ୱତନ୍ତ୍ର ଟିମ୍ ସେମାନଙ୍କୁ ଶକରପୁର ଅଞ୍ଚଳରୁ ଗିରଫ କରିଥିଲା | ସମସ୍ତ ପାଞ୍ଚ ଆତଙ୍କବାଦୀଙ୍କ ସହ ପୋଲିସର ଗୁଳିବିନିମୟ ମଧ୍ୟ ହୋଇଥିଲା | ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ସମେତ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଉଦ୍ଧାର କରାଯାଇଛି | ଏହି ଆତଙ୍କବାଦୀଙ୍କ ପାଖରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ମଧ୍ୟ ସମର୍ଥନ ରହିଛି | ଏହି ଆତଙ୍କବାଦୀମାନେ କେଉଁ ସଂଗଠନ ସହ ଜଡିତ ଅଛନ୍ତି ପୋଲିସ୍ ତାର ଅନୁସନ୍ଧାନ ଜାରି ରଖିଛି |
#UPDATE The group was backed by ISI for Narcoterrorism. The name of the terror organisation is yet to be confirmed: Delhi Police https://t.co/SVW6S4kkp0
— ANI (@ANI) December 7, 2020
ପୂର୍ବରୁ ନାର୍କୋ ଆତଙ୍କବାଦ ମାମଲାରେ ଏନଆଇଏ 6ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଥିଲା | ଏହି ମାମଲାରେ ଅବଦୁଲ ମୋମିନ, ସୟଦ ଇଫତିଖର, ଇସଲାମ-ଉଲ-ହକ ପିର୍, ଆଫାକ ଅହମ୍ମଦ ୱାନି, ସଲିମ ଆନ୍ଦ୍ରାବୀ ଏବଂ ମୁନିର୍ ଅହମ୍ମଦ୍ ନାମରେ ଏନ୍ଆଇଏ ଚାର୍ଜସିଟ୍ ଦାଖଲ କରିଥିଲା | ହ୍ୟାଣ୍ଡୱାରାର କାଇରୋ ବ୍ରିଜରେ ଗାଡ଼ି ଯାଞ୍ଚ କରିବା ସମୟରେ ଅଭିଯୁକ୍ତ ଅବଦୁଲ ମୋମିନ ପିୟରଙ୍କ କ୍ରେଟା ଗାଡିକୁ ପୋଲିସ ଅଟକାଇଥିଲା | ଗାଡିରେ ଖୋଜାଖୋଜି କରାଯାଇ 20ଲକ୍ଷ 1 ହଜାର ଟଙ୍କା ଏବଂ 2 କେଜି ହେରୋଇନ ଜବତ କରାଯାଇଥିଲା | ଅବଦୁଲ ମୋମିନ ପିରଙ୍କୁ ଗିରଫ କରାଯାଇଥିଲା ଏବଂ ତା ସୂଚନା ଅନୁସାରେ ଅଭିଯୁକ୍ତ ସୟଦ ଇଫତିଖର ଏବଂ ଇସଲାମ-ଉଲ-ହକକୁ ଗିରଫ କରାଯାଇଥିଲା | ଏହି ମାମଲା ଏନଆଇଏ ଦ୍ୱାରା ପଞ୍ଜିକୃତ କରାଯାଇ ତଦନ୍ତ ଜାରି ରଖାଯାଇଥିଲା |
ଅନୁସନ୍ଧାନରୁ ଜଣାପଡିଛି ଯେ ଅବଦୁଲ ମୋମିନ ଏବଂ ସଲିମ ସମେତ ଅନ୍ୟ ଅଭିଯୁକ୍ତମାନେ ପାକିସ୍ତାନ ସମେତ ବିଦେଶରେ ଥିବା ସହଯୋଗୀମାନଙ୍କଠାରୁ ଜିନିଷ କିଣି ଜାମ୍ମୁ ଓ କାଶ୍ମୀର ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ନାର୍କୋଟିକ୍ ଡ୍ରଗ୍ ହେରୋଇନ୍ ଯୋଗାଣରେ ଜଡିତ ଥିଲେ |












Click it and Unblock the Notifications