Get Updates
Get notified of breaking news, exclusive insights, and must-see stories!

PFI ର 'ହିଟ୍ ଲିଷ୍ଟ'ରେ କେରଳର 5 RSS ନେତାଙ୍କ ନାମ

ଗୁଇନ୍ଦା ପକ୍ଷରୁ ମିଳିଥିବା ସୂଚନା ଆଧାରରେ ସମ୍ଭାବ୍ୟ ବିପଦକୁ ଅନୁଭବ କରି କେନ୍ଦ୍ର ସରକାର କେରଳର ପାଞ୍ଚଜଣ ଆରଏସଏସ ନେତାଙ୍କ ସୁରକ୍ଷା ବୃଦ୍ଧି କରିଛନ୍ତି । ଏହି 5 ଜଣ ଆରଏସ୍ଏସ୍ ନେତାଙ୍କୁ Y ବର୍ଗର ସୁରକ୍ଷା ଦିଆଯାଇଛି ।

ନୂଆଦିଲ୍ଲୀ : କେରଳର ପାଞ୍ଚ ଜଣ ଆରଏସଏସ ନେତାଙ୍କ ନାମ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ର ହିଟ୍ ଲିଷ୍ଟରେ ରହିଛି । କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ଏଜେନ୍ସିକୁ ଏ ନେଇ ସୂଚନା ମିଳିଛି । ଗୁଇନ୍ଦା ପକ୍ଷରୁ ମିଳିଥିବା ସୂଚନା ଆଧାରରେ ସମ୍ଭାବ୍ୟ ବିପଦକୁ ଅନୁଭବ କରି କେନ୍ଦ୍ର ସରକାର କେରଳର ପାଞ୍ଚଜଣ ଆରଏସଏସ ନେତାଙ୍କ ସୁରକ୍ଷା ବୃଦ୍ଧି କରିଛନ୍ତି । ଏହି 5 ଜଣ ଆରଏସ୍ଏସ୍ ନେତାଙ୍କୁ Y ବର୍ଗର ସୁରକ୍ଷା ଦିଆଯାଇଛି ।

rss

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର 22 ରେ ଏନଆଇଏ ପିଏଫ୍ଆଇ ସଦସ୍ୟ ମହମ୍ମଦ ବଶୀରଙ୍କ ଘର ଉପରେ ଚଢାଉ କରିଥିଲା । ଏହି ସମୟରେ, ଏନଆଇଏ ଏକ ତାଲିକା ପାଇଲା, ଯେଉଁଥିରେ କେରଳର 5 ଜଣ ଆରଏସଏସ ନେତାଙ୍କୁ ହତ୍ୟା କରାଯିବା ନେଇ ଉଲ୍ଲେଖ କରାଯାଇଥିଲା । ଏହା ପରେ ଏନଆଇଏ ମାମଲାର ସୂଚନା ଗୃହ ମନ୍ତ୍ରଣାଳୟକୁ ଦେଇଥିଲା । ଏହା ପରେ ଏନଆଇଏ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ର ରିପୋର୍ଟକୁ ଆଧାର କରି କେରଳର ପାଞ୍ଚଜଣ ଆରଏସଏସ ନେତାଙ୍କୁ ଗୃହ ମନ୍ତ୍ରଣାଳୟ "Y" ବର୍ଗ ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ।

ଆରଏସଏସ ନେତାଙ୍କ ସୁରକ୍ଷାରେ ପାରାମିଲିଟାରୀ ଫୋର୍ସର କମାଣ୍ଡୋ ନିୟୋଜିତ ହେବେ । ସୂଚନାନୁସାରେ, ଗୃହ ମନ୍ତ୍ରଣାଳୟର Y ବର୍ଗର ସୁରକ୍ଷାରେ ସମୁଦାୟ 8 ସୁରକ୍ଷା କର୍ମୀ ସାମିଲ ହୁଅନ୍ତି ।

ସେପ୍ଟେମ୍ବର 28 ରେ, କେନ୍ଦ୍ର ସରକାର PFI ଏବଂ ଏହାର ଆଠଟି ସହଯୋଗୀ ସଙ୍ଗଠନ ଉପରେ 5 ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି । ସୁରକ୍ଷା ଏବଂ ଆତଙ୍କବାଦୀ ଲିଙ୍କ ପ୍ରତି ବିପଦ ଥିବା ଦର୍ଶାଇ ଏହି ପ୍ରତିବନ୍ଧକ ଲଗାଯାଇଛି ।

ଆଫଣଙ୍କୁ କହି ରଖୁଛୁ କେନ୍ଦ୍ରୀୟ ସୁରକ୍ଷା ଅନୁସନ୍ଧାନକାରୀ ସଂସ୍ଥା ଏକାସାଙ୍ଗରେ PFI ର 22 ଟି ସ୍ଥାନ ଉପରେ ଚଢାଉ କରି 350 ଲୋକଙ୍କୁ ଗିରଫ କରିଛି । ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ହୋଇଥିବା ଚଢାଉ ସମୟରେ ପିଏଫ୍ଆଇ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଥିଲା । ଏହାକୁ ଭିତ୍ତି କରି ଗୃହ ମନ୍ତ୍ରଣାଳୟ PFI ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+