Get Updates
Get notified of breaking news, exclusive insights, and must-see stories!

କୋଭିଡ୍ ହସ୍ପିଟାଲରେ ଅମ୍ଳଜାନ ଅଭାବରୁ 5 ରୋଗୀଙ୍କ ମୃତ୍ୟୁ, ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

ହରିଦ୍ୱାରର ରୁରକିର ଏକ ଘରୋଇ ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ 5 ରୋଗୀଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତି ପ୍ରାୟ 1.30 ସମୟରେ ଏହି ଘଟଣା ଘଟିତିବା ଜଣାପଡ଼ିଛି ।

ହରିଦ୍ୱାର : ହରିଦ୍ୱାରର ରୁରକିର ଏକ ଘରୋଇ ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ 5 ରୋଗୀଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତି ପ୍ରାୟ 1.30 ସମୟରେ ଏହି ଘଟଣା ଘଟିତିବା ଜଣାପଡ଼ିଛି । ଏହି ଘଟଣାର ତଦନ୍ତ ପାଇଁ ହରିଦ୍ୱାର ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏକ ତଦନ୍ତ କମିଟି ଗଠନ କରିଛନ୍ତି । ଏହା ସହ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଡାକ୍ତରଖାନାକୁ ସମୟ ପୂର୍ବରୁ ଅମ୍ଳଜାନ ଚାହିଦା ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଫଳରେ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ।

oxygen

ଅମ୍ଳଜାନ ଯୋଗାଣ ବନ୍ଦ ହେବାରୁ ପାଞ୍ଚ ରୋଗୀଙ୍କ ମୃତ୍ୟୁ

ବାସ୍ତବରେ, ରୁରକିସ୍ଥିତ ବିନୟ ବିଶାଲ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଛି । ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଡାକ୍ତରଖାନାରେ ଅମ୍ଳଜାନ ଯୋଗାଣ ବ୍ୟାହତ ହୋଇଥିଲା । ଏହାଦ୍ୱାରା ଭେଣ୍ଟିଲେଟରରେ ରଖାଯାଇଥିବା ଜଣେ ରୋଗୀ ଏବଂ ଅମ୍ଳଜାନ ଗ୍ରହଣ କରୁଥିବା ଚାରି ଜଣ ରୋଗୀଙ୍କ ମୃତ୍ୟୁ ହୋଇତିଲା । ଡାକ୍ତରଖାନାର ନିର୍ଦ୍ଦେଶକ ବିଶାଲ ଘାଇ କହିଛନ୍ତି ଯେ, ଅନେକ ଥର ଅମ୍ଳଜାନର ଅଧିକ ଆବଶ୍ୟକ ହୋଇଥାଏ । ସୋମବାର ରାତିରେ ଅମ୍ଳଜାନ ସମସ୍ୟା ହେବାର ଆଶଙ୍କା ଥିବା ନେଇ ରାତି 10 ଟାରେ ଯୁଗ୍ମ ମାଜିଷ୍ଟ୍ରେଟ ନାମାମି ବନସଲଙ୍କୁ ସୂଚନା ଦିଆଯାଇଥିଲା ଯେ ତରଳ ଅମ୍ଳଜାନ ସରିଯାଉଛି ଏବଂ ଅମ୍ଳଜାନ ସିଲିଣ୍ଡରେ କାମ ହୋଇପାରିବନାହିଁ । ଏହି ସୂଚନା ଜିଲ୍ଲା ନୋଡାଲ ଅଧିକାରୀ ପଲ୍ଲଭି ଗୁପ୍ତାଙ୍କୁ ମଧ୍ୟ ଦିଆୟାଇଥିଲା । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନତିଲା । କୌଣସି ପ୍ରକାରେ ରାତିରେ ଅମ୍ଳଜାନ ପହଞ୍ଚିଗଲା, କିନ୍ତୁ ଏହି ସମୟ ମଧ୍ୟରେ 20 ରୁ 25 ମିନିଟ୍ ପର୍ଯ୍ୟନ୍ତ ଯୋଗାଣ ବାଧାପ୍ରାପ୍ତ ହେଲା । ଏହି ସମୟ ମଧ୍ୟରେ ଡାକ୍ତରଖାନାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋିଛି । ଯାହାକୁ ନେଇ ସେମାନେ ଦୁଃଖିତ ।

ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ

ହରିଦ୍ୱାର ଜିଲ୍ଲା ମାଜିଷ୍ଟ୍ରେଟ ସି ରବି ଶଙ୍କର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅମ୍ଳଜାନ ଯୋଗାଣ କାହିଁକି ଓ କିପରି ବ୍ୟାହତ ହୋଇଛି ତାହାର ଅନୁସନ୍ଧାନ ଜାରି ରହିଛି । ଏହା ସହ ଡିଏମ୍ ଜିଲ୍ଲାର ସମସ୍ତ ଡାକ୍ତରଖାନାକୁ ସମୟ ପୂର୍ବରୁ ଅମ୍ଳଜାନ ଚାହିଦା କରିବାକୁ ନିର୍ଦ୍ଦେଶ ଦେଇଛି, ତେଣୁ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+