ବଢୁଛି ଓମିକ୍ରନ୍ ବିପଦ, କର୍ଣ୍ଣାଟକରେ ଆଉ 5 ଜଣ ସଂକ୍ରମିତ ଚିହ୍ନଟ
କର୍ଣ୍ଣାଟକରେ ଆଉ ୫ ଜଣ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ସକାଳେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର କେ. ସୁଧାକର ସୂଚନା ଦେଇଛନ୍ତି ।
ବେଙ୍ଗାଲୁରୁ : ଦେଶରେ କରୋନା ଭାଇରସର ମହାମାରୀର ଦୈନିକ ସଂକ୍ରମଣରେ ହ୍ରାସ ପାଉଥିବା ବେଳେ ଏହାର ନୂଆ ଭାରିଆଣ୍ଟ ଓମିକ୍ରନର ବିପଦ ବଢୁଛି । ବର୍ତ୍ତମାନ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କର୍ଣ୍ଣାଟକରେ ଆଉ ୫ ଜଣ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ସକାଳେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର କେ. ସୁଧାକର ସୂଚନା ଦେଇଛନ୍ତି ।

ନୂଆ ଚିହ୍ନଟ ହୋଇଥିବା 'ଓମିକ୍ରନ୍ କରୋନା ଭାଇରସ୍ ଭାରିଏଣ୍ଟ୍' ସଂକ୍ରମଣ ମାମଲାରୁ 2ଟି ଉଦୁପିର ହୋଇଥିବା ବେଳେ ବାକି 3ଟି ମାଙ୍ଗାଲୁରୁ, ଧରୱାଡ୍ ଏବଂ ଭଦ୍ରାବତୀର ହୋଇଥିବା ଜଣାପଡ଼ିଛି । ଉଦୁପିର 2ଜଣଙ୍କ ମଧ୍ୟରୁ ଜଣ ହେଉଛନ୍ତି 82 ବର୍ଷିୟ ପୁରୁଷ ଏବଂ ଆଉ ଜଣେ 73 ବର୍ଷୀୟ ମହିଳା । ସେହିପରି, ମାଙ୍ଗାଲୁରୁ ସଂକ୍ରମିତ ଜଣକ ହେଉଛନ୍ତି 19 ବର୍ଷୀୟ ଯୁବତୀ, ଧରାୱଡ୍ବାସୀ ଜଣକ 54 ବର୍ଷୀୟ ପୁରୁଷ ଏବଂ ଭଦ୍ରାବତୀବାସିନୀ ହେଉଛନ୍ତି 20 ବର୍ଷୀୟ ଯୁବତୀ । ଏହାକୁ ମିଶାଇ କର୍ଣ୍ଣାଟକ ରାଜ୍ୟରେ ଏଯାବତ୍ ସମୁଦାୟ 19 ଜଣ 'ଓମିକ୍ରନ୍' ଆକ୍ରାନ୍ତ ଚିହ୍ନଟ ହେଲେଣି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା ।
କର୍ଣ୍ଣାଟକ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ କମିସନ୍ରେଟ୍ କହିବା ଅନୁସାରେ, ସଂକ୍ରମିତ ସମସ୍ତ ବ୍ୟକ୍ତି କୋଭିଡ୍-19 ନିରୋଧୀ ଟିକାର ସମ୍ପୂର୍ଣ୍ଣ ଡୋଜ୍ ନେଇଥିଲେ । ସୂଚନାଯୋଗ୍ୟ, ଭାରତରେ ପ୍ରଥମେ କର୍ଣ୍ଣାଟକରେ 'ଓମିକ୍ରନ୍ କରୋନାଭାଇରସ୍ ଭାରିଆଣ୍ଟ୍' ଚିହ୍ନଟ ହୋଇଥିଲା ।












Click it and Unblock the Notifications