ସୁରକ୍ଷା କର୍ମୀଙ୍କୁ ବଡ ସଫଳତା, ଝାଡଖଣ୍ଡରେ 5 ଜଣ ନକ୍ସଲ ନିପାତ, ଦୁଇଜଣଙ୍କ ଉପରେ ଥିଲା 25-25 ଲକ୍ଷ ଟଙ୍କାର ପୁରସ୍କାର

ରାଞ୍ଚି : ନକ୍ସଲମାନଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ନକ୍ସଲ ବିରୋଧୀ ଅପରେସନ୍ ରେ 5 ଜଣ ନକ୍ସଲ ନିପାତ ହୋଇଛନ୍ତି । ଏହି ସମସ୍ତ ନକ୍ସଲ ଝାଡ଼ଖଣ୍ଡରେ ନକ୍ସଲବାଦର ଜାଲ ବିସ୍ତାର କରିବାରେ ସକ୍ରିୟ ଥିଲେ ।
ବହୁ ଦିନ ଧରି ସୁରକ୍ଷା କର୍ମୀ ଏମାନଙ୍କ ବିରୋଧରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ । ଏପରିକି ମିହତ ନକ୍ସଲଙ୍କ ମଧ୍ୟରୁ 2 ଜଣଙ୍କ ଉପରେ 25 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କରା ରାଶି ଘୋଷଣା କରାଯାଇଥିଲା । ନିହତ ନକ୍ସଲମାନଙ୍କ ନିକଟରୁ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି ।
ସୂଚନାନୁସାରେ, କିଛି ନକ୍ସଲଙ୍କ ଛତରା ରେ ଲୁଚି ରହିଥିବା ଖବର ମିଳିଥିଲା । ଏହା ପରେ CRPF ଏବଂ ଝାଡ଼ଖଣ୍ଡ ପୋଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀ ନକ୍ସଲମାନଙ୍କ ନିକଟରେ ପହଞ୍ଚିବା ପରେ ନକ୍ସଲ ମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାର ପାଲଟା ଜବାବରେ ଯବାନମାନେ ଗୁଳି ଚଳାଇଥିଲେ । ଏଥିରେ 5 ନକ୍ସଲ ନିହତ ହୋଇଛନ୍ତି ।
ପୋଲିସର ସୂଚନାନୁସାରେ, ଏହି ଅପରେସନରେ 5 ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ଦୁଇଜଣଙ୍କ ଉପରେ 25 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଥିବା ବେଳେ ସରକାର ଅନ୍ୟ ଦୁଇ ଜଣଙ୍କ ଉପରେ 2 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରଖିଥିଲେ । ଯବାନମାନେ ସେମାନଙ୍କଠାରୁ AK 47 ରାଇଫଲ ପାଇଛନ୍ତି । ସର୍ଚ୍ଚ ଅପରେସନ୍ ଚାଲିଥିବା ଅଞ୍ଚଳରେ ଆହୁରି କିଛି ନକ୍ସଲ ମଧ୍ୟ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସର୍ଚ୍ଚ ଅପରେସନ୍ ଜାରି ରହିଛି ।












Click it and Unblock the Notifications