ଉତ୍ତରାଖଣ୍ଡ : ତ୍ରିଶୂଳ ପର୍ବତରେ ବରଫ ଅତଡ଼ା ଖସି 5 ଯବାନ ନିଖୋଜ
ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାର ତ୍ରିଶୂଲ ପର୍ବତରେ ହଠାତ୍ ହିମସ୍ଖଳନ ଯୋଗୁଁ ଶୁକ୍ରବାର ଦିନ ପାଞ୍ଚ ଜଣ ଭାରତୀୟ ନୌସେନା ପର୍ବତାରୋହୀ ନିଖୋଜ ଅଛନ୍ତି ।
ଦେହରାଡୁନ୍ : ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାର ତ୍ରିଶୂଲ ପର୍ବତରେ ହଠାତ୍ ହିମସ୍ଖଳନ ଯୋଗୁଁ ଶୁକ୍ରବାର ଦିନ ପାଞ୍ଚ ଜଣ ଭାରତୀୟ ନୌସେନା ପର୍ବତାରୋହୀ ନିଖୋଜ ଅଛନ୍ତି । କର୍ଣ୍ଣେଲ ବିଷ୍ଟଙ୍କ ପକ୍ଷରୁ ନୌସେନା ତରଫରୁ ଏକ ବିବୃତ୍ତିରେ କୁହାଯାଇଛି ଉତ୍ତରକାଶୀ ସ୍ଥିତ ନେହରୁ ପର୍ବତାରୋହଣ ସଂସ୍ଥାନର ପ୍ରମୁଖ କର୍ଣ୍ଣେଲ ଅମିତ ବିଷ୍ଟଙ୍କ ନେତୃତ୍ୱରେ ଏକ ଉଦ୍ଧାରକାରୀ ଦଳ ସେଠାକୁ ଯାଇଛନ୍ତି । ଉଦ୍ଧାରକାରୀ ଦଳ ଜୋଶିମଠରେ ପହଞ୍ଚିଛନ୍ତି କିନ୍ତୁ ଖରାପ ପାଗ ସର୍ଚ୍ଚ ଅପରେସନରେ ବାଧା ସୃଷ୍ଟି କରୁଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ସେନା, ବାୟୁସେନା ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ର ମିଳିତ ଦଳ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତ୍ରିଶୂଳ ପର୍ବତଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ ଅବସ୍ଥିତ ହିମାଳୟ ଶିଖର । ଭାରତୀୟ ନୌସେନାର ଆଡଭେଞ୍ଚର ୱିଙ୍ଗ ସକାଳ ପ୍ରାୟ 11 ଟା ସମୟରେ ଏହି ଘଟଣା ସମ୍ପର୍କରେ NIM କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲା ଏବଂ ଅନୁଷ୍ଠାନର ସର୍ଚ୍ଚ ଅପରେସନ ଏବଂ ଉଦ୍ଧାରକାରୀ ଦଳର ସହାୟତା ଲୋଡିଥିଲା ।
#IndianNavy mountaineering expedition to Mt Trishul, Uttarakhand caught in an avalanche near the summit today.
— SpokespersonNavy (@indiannavy) October 1, 2021
All out efforts for Search and Rescue (SAR) being progressed by the ground team and helicopters from #IndianArmy, #IndianAirForce & State Disaster Response Force (1/2).
ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ନୌସେନାର 20 ଜଣିଆ ପର୍ବତାରୋହୀ ଦଳ 15 ଦିନ ପୂର୍ବରୁ 7,120 ମିଟର ତ୍ରିଶୂଲ ପର୍ବତ ଉପରେ ଏକ ଅଭିଯାନ ଆରମ୍ଭ କରିଥିଲେ ଏବଂ ଶୁକ୍ରବାର ଦିନ ପ୍ରାୟ 5 ଟା ସମୟରେ ଏହି ହିମସ୍ଖଳନରେ ଫସିଯାଇଥିଲେ । ଦଶ ଜଣ ପର୍ବତାରୋହୀ ଶୁକ୍ରବାର ସକାଳେ ଶିଖର ଉପରକୁ ଚଢିବା ଆରମ୍ଭ କରିଥିଲେ, କିନ୍ତୁ ଶିଖରରେ ପହଞ୍ଚିବା ପୂର୍ବରୁ ହିମସ୍ଖଳନ ହୋଇଥିଲା । 10 ଜଣ ପର୍ବତାରୋହୀଙ୍କ ମଧ୍ୟରୁ ପାଞ୍ଚଜଣ ସୁରକ୍ଷିତ ଥିବାବେଳେ ପାଞ୍ଚ ଜଣ ଯବାନ ନିଖୋଜ ଅଛନ୍ତି ।












Click it and Unblock the Notifications