କୋଭିଡ୍ ଯୋଦ୍ଧାଙ୍କ ପିଲାଙ୍କ ପାଇଁ 5ଟି ଡାକ୍ତରୀ ସିଟ୍ ସଂରକ୍ଷଣ
କରୋନା ଯୋଦ୍ଧାଙ୍କ ପିଲାଙ୍କ ପାଇଁ ସଂରକ୍ଷିତ ରହିବ 5ଟି ଡାକ୍ତରୀ ସିଟ୍ | 2020-21 ଶିକ୍ଷାବର୍ଷ ପାଇଁ ଏହା ଲଗୁ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି | ସଂରକ୍ଷିତ ଏହି ସିଟ୍ ଚୟନ ପାଇଁ 'ୱାର୍ଡ ଅପ୍ କୋଭିଡ୍ ୱାରିୟର୍ସ' ନାମକ ଏକ ବର୍ଗ ଗଠନ କରାଯିବ ବୋଲି ସରକାର କହିଛନ୍ତି |
ନୂଆଦିଲ୍ଲୀ : କରୋନା ଯୋଦ୍ଧାଙ୍କ ପିଲାଙ୍କ ପାଇଁ ସଂରକ୍ଷିତ ରହିବ 5ଟି ଡାକ୍ତରୀ ସିଟ୍ | 2020-21 ଶିକ୍ଷାବର୍ଷ ପାଇଁ ଏହା ଲଗୁ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି | ସଂରକ୍ଷିତ ଏହି ସିଟ୍ ଚୟନ ପାଇଁ 'ୱାର୍ଡ ଅପ୍ କୋଭିଡ୍ ୱାରିୟର୍ସ' ନାମକ ଏକ ବର୍ଗ ଗଠନ କରାଯିବ ବୋଲି ସରକାର କହିଛନ୍ତି | ଏହା ମାଧ୍ୟମରେ ଏମବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମ ପାଇଁ ପାଞ୍ଚଟି ସେଣ୍ଟ୍ରାଲ ପୁଲରୁ ଚୟନ କରାଯିବ |
ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ଏହି ବର୍ଗ ପାଇଁ ଯୋଗ୍ୟତା ପ୍ରମାଣ କରିବେ | ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଦ୍ୱାରା ପରିଚାଳିତ NEET-2020 ରେ ମିଳିଥିବା ରାଙ୍କ ଅନୁଯାୟୀ ମେଡିକାଲ କାଉନସିଲ କମିଟି ଦ୍ୱାରା ପ୍ରାର୍ଥୀ ଚୟନ କରାଯିବ |
#CoronaWarriors के योगदान को इतिहास कभी भुला नहीं पाएगा। इनके योगदान को नमन् करते हुए @MoHFW_INDIA ने Central Pool की 5 MBBS seats Corona Warriors के लिए आरक्षित करने का निर्णय किया है।
सरकार का यह क़दम कोरोना योद्धाओं के प्रति मोदी सरकार की प्रतिबद्धता को दर्शता है।@PMOIndia pic.twitter.com/UOAGNAY9od
— Dr Harsh Vardhan (@drharshvardhan) November 19, 2020
କୋଭିଡ୍-19 କାରଣରୁ ପ୍ରାଣ ହରାଇଥିବା କିମ୍ବା କୋଭିଡ୍-19 ସମ୍ବନ୍ଧୀୟ ଡ୍ୟୁଟିରେ ହଠାତ୍ ମୃତ୍ୟୁବରଣ କରିଥିବା କୋଭିଡ୍ ଯୋଦ୍ଧାମାନଙ୍କ ୱାର୍ଡ ମଧ୍ୟରୁ ପ୍ରାର୍ଥୀ ଚୟନ ଏବଂ ନାମାଙ୍କନ ପାଇଁ ସେଣ୍ଟ୍ରାଲ୍ ପୁଲ୍ ରୁ ଏମବିବିଏସ୍ ସିଟ୍ ବଣ୍ଟନ କରାଯିବ |
ସେ କହିଛନ୍ତି ଯେ ଏହି ପଦକ୍ଷେପ କୋଭିଡ୍-19 ରୋଗୀଙ୍କ ଚିକିତ୍ସା ତଥା ପରିଚାଳନାରେ କୋଭିଡ୍ ଯୋଦ୍ଧାମାନଙ୍କ ଦ୍ୱାରା କରାଯାଇଥିବା ମହତ୍ ଅବଦାନକୁ ସମ୍ମାନିତ କରିବା ଲକ୍ଷ୍ୟରେ ନିଆଯାଇଛି | ସେମାନେ ଯେଭଳି ନିସ୍ୱାର୍ଥପର କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂନୀୟ |

ଏହି ଯୋଜନାରେ ବେସରକାରୀ ଡାକ୍ତରଖାନା କର୍ମଚାରୀ ଏବଂ ଅବସରପ୍ରାପ୍ତ , ସ୍ୱେଚ୍ଛାସେବୀ, ସ୍ଥାନୀୟ ସହରୀ ସଂସ୍ଥା, ଚୁକ୍ତିଭିତ୍ତିକ, ଆଉଟସୋର୍ସିଂ କର୍ମଚାରୀ, ରାଜ୍ୟ ତଥା କେନ୍ଦ୍ରୀୟ ଡାକ୍ତରଖାନା, କେନ୍ଦ୍ର ଶାସିତ ଅଞ୍ଚଳର ଡାକ୍ତରଖାନା, AIIMS ଏବଂ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ, କେନ୍ଦ୍ର ମନ୍ତ୍ରଣାଳୟର ଡାକ୍ତରଖାନା ଗୁଡିକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି |












Click it and Unblock the Notifications