ସେନା କନଭେନ ଉପରେ ଆକ୍ରମଣ, କମାଣ୍ଡର ସମେତ 5 ଯବାନ ସହିଦ, କର୍ଣ୍ଣେଲଙ୍କ ପତ୍ନୀ ଏବଂ ପିଲାଙ୍କ ମଧ୍ୟ ମୃତ୍ୟୁ
ମଣିପୁରରେ ଏକ ସେନା କନଭେନ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଆସାମ ରାଇଫଲ୍ସ ୟୁନିଟର କମାଣ୍ଡିଂ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀଙ୍କ ସମେତ 5 ଜଣ ଯବାନ ସହିଦ ହୋଇଛନ୍ତି
ନୂଆଦିଲ୍ଲୀ : ମଣିପୁରରେ ଏକ ସେନା କନଭେନ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଆସାମ ରାଇଫଲ୍ସ ୟୁନିଟର କମାଣ୍ଡିଂ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀଙ୍କ ସମେତ 5 ଜଣ ଯବାନ ସହିଦ ହୋଇଛନ୍ତି । ଏହା ବ୍ୟତୀତ କର୍ଣ୍ଣେଲଙ୍କ ପତ୍ନୀ ଏବଂ ପୁଅ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ଚୁରାଚାନ୍ଦପୁର ଜିଲ୍ଲାର ସିଙ୍ଘଟ ଅଞ୍ଚଳରେ ଘଟିଛି । ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ।

ଶନିବାର ସକାଳ 10 ଟାରେ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ସିଙ୍ଘଟ ସବ-ଡିଭିଜନରେ ଆସାମ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସରଙ୍କ ଏକ କନଭେନସନ୍ ଉପରେ ଉଗ୍ରବାଦୀ ଆକ୍ରମଣ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, 46 ଆସାମ ରାଇଫଲ୍ସର କମାଣ୍ଡିଂ ଅଧିକାରୀ ବିପ୍ଲାବ ତ୍ରିପାଠୀ ତାଙ୍କ ପରିବାର ସହ କ୍ୱୁଇକ୍ ଆକ୍ସନ୍ ଟିମ୍ ସହିତ ଯାଉଥିଲେ, ଏହି ସମୟରେ ଆତଙ୍କବାଦୀମାନେ ତାଙ୍କ କନଭେନ ଉପରେ ଆକ୍ରମଣ କରିଥିଲେ ।
ସୂଚନାନୁସାରେ, କମାଣ୍ଡିଂ ଅଫିସରଙ୍କ ପତ୍ନୀ ଏବଂ ତାଙ୍କ ପୁଅ ଏବଂ QRT ରେ ନିଯୁକ୍ତ 4 ଜଣ ଯବାନ ପ୍ରାଣ ହରାଇଥିବା ଖବର ରହିଛି । ଅନେକ ସୈନିକ ଆହତ ହୋଇଥିବା କୁହାଯାଉଛି । ଏହି ଆକ୍ରମଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ମିଳି ପାରି ନାହିଁ । ଅପରେସନ୍ ଜାରି ରହିଛି । ମଣିପୁରର ପିପୁଲ୍ସ ଲିବରେସନ୍ ଆର୍ମି ଏହି ଆକ୍ରମଣ ପଛରେ ଥିବା କୁହାଯାଉଛି ।
-
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ












Click it and Unblock the Notifications