Get Updates
Get notified of breaking news, exclusive insights, and must-see stories!

ଉତ୍ତରକାଶୀ ଟନେଲ୍ ଭୁଶୁଡ଼ିବା ଘଟଣା, 10ମ ଦିନରେ ଆସିଲା ଟନେଲ୍ ଭିତରେ ଫସିଥିବା ଶ୍ରମିକଙ୍କ ଭିଡ଼ିଓ

ଉତ୍ତରକାଶୀ: ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସି ରହିଥିବା 41 ଶ୍ରମିକଙ୍କ ଆସିଲା ଭିଡ଼ିଓ । 10ମ ଦିନରେ ଟନେଲ ଭିତରେ ଫସିରହିଥିବା ଶ୍ରମିକଙ୍କ ଭିଡ଼ଓ ସାମ୍ନାକୁ ଆସିଛି । ଫସି ରହିଥିବା ଶ୍ରମିକଙ୍କୁ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଛି । ପାଇପ ସାହାଯ୍ୟରେ ସେମାନଙ୍କ ପାଖରେ ଏହି ଖାଦ୍ୟ ପହଞ୍ଚାଇବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ । ଏକ ବୋତଲରେ ଗରମ ଗରମ ଖେଚେଡି ଶ୍ରମିକଙ୍କ ପାଖକୁ ପଠାଯାଇଛି । ଏଥିସହିତ ଭିତରର ଭିଡିଓ ପ୍ରଥମ ଥରପାଇଁ ସାମ୍ନାକୁ ଆସିଛି ।

uttarkashi tunnel

ଶ୍ରମିକମାନେ ଭିତରେ କେମିତି ଅବସ୍ଥାରେ ଅଛନ୍ତି ତାହା ଏହି ଭିଡିଓରୁ ଜଣାପଡ଼ିଛି । ଘଟଣାସ୍ଥଳରେ ଥିବା ଅଧିକାରୀମାନେ ୱାକି ଟକି ଜରିଆରେ ଶ୍ରମିକଙ୍କ ସହ କଥାବାର୍ତ୍ତା କରିଛନ୍ତି । । ସମସ୍ତେ ସୁରକ୍ଷିତ ଥିବା ନଜର ଆସିଛି । ତେବେ ଖୁବଶୀଘ୍ର ଶ୍ରମିକମାନେ ଉଦ୍ଧାର ହୋଇଯିବେ ବୋଲି କୁହାଯାଉଛି ।

ନଭେମ୍ବର 12 ତାରିଖରୁ 41 ଜଣ ଶ୍ରମିକ ଏହି ଟେନଲ ଭିତରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଉଦ୍ଧାରକାରୀ ଦଳ ପକ୍ଷରୁ ପଠାଯାଇଥିବା କ୍ୟାମେରାରେ ଶ୍ରମିକଙ୍କ ଭିଡିଓ କଏଦ ହୋଇଛି ଦଶମ ଦିନରେ ରେସ୍କ୍ୟୁ ଅପରେସନ । ଉତ୍ତରକାଶୀରେ ଫସିଥିବା 41 ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟାରେ ଅଗ୍ରଗତି ହେଉଛି ।

ସେପଟେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ଦୁଇଟି ରୋବଟକୁ ଟନେଲ ଭିତରକୁ ପଠାଯିବ । ସେହି ଦୁଇଟି ରୋବଟର ଓଜନ 20 କେଜି ଓ 50 କେଜି । ଫସିଥିବା ଶ୍ରମିକଙ୍କ ଲାଗି ସ୍ବତନ୍ତ୍ର ଖାଦ୍ୟ ପଦାର୍ଥ ବ୍ୟବସ୍ଥା କରାଯାଇଛି । ସେଥିଲାଗି ମେଡିକାଲ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । କେତେକ ଶ୍ରମିକ ସାମାନ୍ୟ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ପାଇପ ଯୋଗେ ଏକ ଚାର୍ଜର ଓ ଏକ ଫୋନ ଟନେଲ ଭିତରକୁ ପଠାଯିବ ।

ପାହାଡ ଉପରକୁ ରାସ୍ତା କାମ ସରିଲେ ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ସମାନ୍ତରାଳ ଓ ଉପରୁ ଡ୍ରିଲିଂ କାର୍ଯ୍ୟ ଆରମ୍ଭ ହେବ । ଯଦି ଉପରୁ ଡ୍ରିଲିଂ କରାଯାଏ ତେବେ ଶ୍ରମିକଙ୍କଠାରୁ ସେହି ସ୍ଥାନର ଉଚ୍ଚତା ରହିବ 90 ମିଟର । ବାମପାର୍ଶ୍ବରୁ ଦୂରତା ରହିଛି 170 ମିଟର । ଡାହାଣ ପଟରୁ ଦୂରତା ରହିଛି 200 ମିଟର । ଟନେଲର ବାରକୋଟ ଦିଗରୁ ଶ୍ରମିକ ଫସିଥିବା ସ୍ଥାନର ଦୂରତା ରହିଛି 450 ମିଟର । ସିଲକୟାରା ପଟୁ ଦୂରତା ହେଉଛି 70 ମିଟର, ଯେଉଁଥିରୁ 22 ମିଟର ଯାଏ ପାଇପ ପଡିସାରିଛି । ଘଟଣାସ୍ଥଳକୁ ଡିଆରଡିଓର ରିମୋଟଲି ଅପରେଟେଡ ଭେହିକଲ ଦକ୍ଷକୁ ଅଣାଯାଇଛି ।

ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଏନଏଚଆଇଡିସିଏଲ ଦ୍ୱାରା ହରାଇଜେଣ୍ଟାଲ ବୋରିଂ ଆରମ୍ଭ କରାଯାଇଛି । ଏଥିପାଇଁ ନାସିକ ଏବଂ ଦିଲ୍ଲୀରୁ ଯନ୍ତ୍ରପାତି ଆସି ପହଞ୍ଚି ସାରିଛି । ଅନ୍ୟପକ୍ଷେ ଭର୍ଟିକାଲ ବୋରିଂ ପାଇଁ ଓଏନଜିସି ଦ୍ୱାରା ୟୁଏସଏ, ମୁମ୍ବାଇ, ଗାଜିଆବାଦରୁ ମେସିନ ଆସିଛି । ଶ୍ରମିକଙ୍କ ଉଦ୍ଧାର ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି । ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତୀଙ୍କ ସହ ଆଲୋଚନା କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+