For Quick Alerts
Turn On Notification  
For Daily Alerts
Oneindia App Download

ତେଲେଙ୍ଗାନାରେ ସାମ୍ନାକୁ ଆସିଲା ପ୍ରଥମ ମଙ୍କିପକ୍ସ ଲକ୍ଷଣ, କୁଏତରୁ ଫେରିଥିଲେ ବ୍ୟକ୍ତି

ତେଲେଙ୍ଗାନାର କାମାରେଡିରେ ରାଜ୍ୟର ପ୍ରଥମ ମଙ୍କପକ୍ସ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି । ମଙ୍କିପକ୍ସର ଏହି ସନ୍ଦିଗ୍ଧ ରୋଗୀ ଜୁଲାଇ 6 ରେ କୁଏତରୁ କାମାରେଡି ଜିଲ୍ଲାକୁ ଫେରିଥିଲେ ।

|

ହାଇଦ୍ରାବାଦ : ତେଲେଙ୍ଗାନାର କାମାରେଡିରେ ରାଜ୍ୟର ପ୍ରଥମ ମଙ୍କପକ୍ସ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି । ମଙ୍କିପକ୍ସର ଏହି ସନ୍ଦିଗ୍ଧ ରୋଗୀ ଜୁଲାଇ 6 ରେ କୁଏତରୁ କାମାରେଡି ଜିଲ୍ଲାକୁ ଫେରିଥିଲେ । ଡାକ୍ତରମାନେ ମଙ୍କିପକ୍ସର ଲକ୍ଷଣ ଦେଖିବା ପରେ ତାଙ୍କୁ ଫିବର ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ତାଙ୍କୁ ମଙ୍କିପକ୍ସ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି ।

monkeypox

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ (ଡିପିଏଚ୍) ଡ଼ ଜି ଶ୍ରୀନିବାସା ରାଓ କହିଛନ୍ତି ଯେ ରବିବାର ସନ୍ଧ୍ୟାରେ ତାଙ୍କ ନମୁନାକୁ ମଙ୍କିପକ୍ସ ଯାଞ୍ଚ ପାଇଁ ପଠାଯାଇଛି । ତେବେ ଏହି 40 ବର୍ଷ ବୟସ୍କ ସନ୍ଦିଗ୍ଧ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା 6 ଜଣଙ୍କ ମଧ୍ୟରୁ କେହି ମଧ୍ୟ ସଂକ୍ରମଣର ଲକ୍ଷଣ ଦେଖାଇ ନାହାଁନ୍ତି । ଲକ୍ଷଣ ନ ଦେଖାଇବା ସତ୍ତ୍ୱେ ସତର୍କତା ଅବଲମ୍ବନ କରି ଏହି 6 ଜଣଙ୍କୁ ଅଲଗା କରାଯାଇଛି ।

ଡ ଜି ଶ୍ରୀନିବାସା ରାଓ ଏକ ବିବୃତ୍ତିରେ କହିଛନ୍ତି ଯେ କାମାରେଡି ଜିଲ୍ଲାର ଇନ୍ଦିରାନଗର କଲୋନୀର ଜଣେ 40 ବର୍ଷ ବୟସ୍କ ବ୍ୟକ୍ତି ଜୁଲାଇ 6 ରେ କୁଏତରୁ ଆସିଥିଲେ ଏବଂ ଜୁଲାଇ 20 ରେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ମଙ୍କିପକ୍ସର ଲକ୍ଷଣ ଚିହ୍ନଟ ହେବା ପରେ ତାଙ୍କୁ କାମାରେଡି ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା ।

ଡିପିଏଚ୍ କହିଛନ୍ତି ଯେ ରୋଗୀଙ୍କଠାରୁ ସଂଗ୍ରହ ହୋଇଥିବା ନମୁନା ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ନିକଟକୁ ପଠାଯିବ । ସେପର୍ଯ୍ୟନ୍ତ ତାଙ୍କୁ ଅଲଗା ରଖାଯିବ ଏବଂ ଚିକିତ୍ସା କରାଯିବ । ମଙ୍କିପକ୍ସ ବିଷୟରେ ଚିନ୍ତା ନକରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ଅତ୍ୟନ୍ତ ମାରାତ୍ମକ ରୋଗ ନୁହେଁ ବୋଲି କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
First suspected monkeypox case identified in Telangana, Person Returned From Kuwait
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X