Get Updates
Get notified of breaking news, exclusive insights, and must-see stories!

ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ, ବଢୁଛି ତୃତୀୟ ଲହର ଆଶଙ୍କା

ଭାରତରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ରେକର୍ଡ ହୋଇଛି । ମୃତକ ଜଣଙ୍କ ମହାରାଷ୍ଟ୍ରର ହୋଇଥିବା ସୂଚନା ରହିଛି ।

ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲା ଦିନକୁ ଦିନ ବଢିବା ସହ ତୃତୀୟ ଲହର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି । ଭାରତରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ରେକର୍ଡ ହୋଇଛି । ମୃତକ ଜଣଙ୍କ ମହାରାଷ୍ଟ୍ରର ହୋଇଥିବା ସୂଚନା ରହିଛି ।

ଆଜି ସୁଦ୍ଧା ଦେଶରେ ମୋଟ 1270 ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 374ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ଏଯାବତ୍ ମହାରାଷ୍ଟ୍ରରେ 450 ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ 320 ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

omicron

ଏହା ପୂର୍ବରୁ ଦେଶରେ ତୃତୀୟ ଲହର ଆରମ୍ଭ ହେଲାଣି ବୋଲି କୁହାଯାଇଛି । ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ବିଗିଡ଼ିଯିବ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ଦେଶରେ ଆଜି କରୋନା ମାମଲାରେ ହଠାତ୍ ବୃଦ୍ଧି ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 16 ହଜାର 764 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 220 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ପ୍ରକାଶ କରିଛି । ଏହା ପରେ ଦେଶରେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା 91 ହଜାର 361 ରେ ପହଞ୍ଚିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+