ଦିଲ୍ଲୀର ଡାକ୍ତରଖାନାରୁ ଡିସଚାର୍ଜ ହେଲେ ମଙ୍କିପକ୍ସର ପ୍ରଥମ ରୋଗୀ, ଏତେ ଦିନର ଚିକିତ୍ସା ପରେ ହେଲେ ସୁସ୍ଥ
ଦିଲ୍ଲୀର ମଙ୍କିପକ୍ସର ପ୍ରଥମ ରୋଗୀଙ୍କୁ ମଙ୍ଗଳବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ରୋଗୀଙ୍କୁ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 25 ଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇଛି ।
ନୂଆଦିଲ୍ଲୀ : ଦିଲ୍ଲୀର ମଙ୍କିପକ୍ସର ପ୍ରଥମ ରୋଗୀଙ୍କୁ ମଙ୍ଗଳବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ରୋଗୀଙ୍କୁ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 25 ଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇଛି । ଯାହା ପରେ ଡାକ୍ତରମାନେ ତାଙ୍କୁ ଡିସଚାର୍ଜ କରାଯଇଛି ।

LNJP ହସ୍ପିଟାଲର ଡାକ୍ତର ସୁରେଶ କୁମାର କହିଛନ୍ତି ଯେ ଦିଲ୍ଲୀରେ ମଙ୍କିପକ୍ସର ପ୍ରଥମ ମାମଲା ଥିବା ରୋଗୀଙ୍କୁ ଆମେ ସଫଳତାର ସହ ଡିସଚାର୍ଜ କରିଛୁ । 25 ଦିନ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ । ବର୍ତ୍ତମାନ ତାଙ୍କ ଠାରେ କୌଣସି ଲକ୍ଷଣ ନାହିଁ । ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଖୁସିରେ ଘରକୁ ଯାଇଛନ୍ତି ।












Click it and Unblock the Notifications