ଚିନ୍ତା ବଢ଼ିଲାଣି : ଗୁଜରାଟରେ ଚିହ୍ନଟ ହେଲା ପ୍ରଥମ ନାବାଳକ ଆକ୍ରାନ୍ତ
ଗୁଜରାଟରେ ଏକ 15 ବର୍ଷୀୟ ନାବାଳକ ଏହି ରୋଗରେ ଆକ୍ରାନ୍ତ ହୋଇଛି । ଏଭଳି ଶିଶୁଙ୍କ କ୍ଷେତ୍ରରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହେବା ଅହମ୍ମଦାବାଦରେ ପ୍ରଥମ ଘଟଣା ବୋଲି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଭିଷେକ ବଂସଲ୍ କହିଛନ୍ତି ।
ଅହମ୍ମଦାବାଦ୍ : ମହାମାରୀ କରୋନାରେ ଦେଶ କବଳିତ । ଏହାରି ଭିତରେ ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢ଼ାଇ ଦେଲାଣି । ଦେଶର କେତେକ ରାଜ୍ୟରେ ଏହି ସଂକ୍ରମଣ ଭୟ ଅଧିକ ରହିଥିବାବେଳେ ଆକ୍ରାନ୍ତଙ୍କ ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି । ବିଶେଷକରି ବୟସ୍କ, ମଧୁମେହ ରୋଗୀ ଓ ପିଲାମାନଙ୍କୁ ମଧ୍ୟ ଯଥେଷ୍ଟ ସତର୍କ ରହିବାକୁ ବିଶେଷଜ୍ଞମାନେ କହୁଛନ୍ତି । ଏଭଳି ସ୍ଥିତିରେ ଜଣେ ଶିଶୁ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଯାହା ଫଳରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି ।

ସୂଚନା ଅନୁସାରେ, ଗୁଜରାଟରେ ଏକ 15 ବର୍ଷୀୟ ନାବାଳକ ଏହି ରୋଗରେ ଆକ୍ରାନ୍ତ ହୋଇଛି । ଏଭଳି ଶିଶୁଙ୍କ କ୍ଷେତ୍ରରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହେବା ଅହମ୍ମଦାବାଦରେ ପ୍ରଥମ ଘଟଣା ବୋଲି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଭିଷେକ ବଂସଲ୍ କହିଛନ୍ତି । ସମ୍ପୃକ୍ତ ନାବାଳକ ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିବାବେଳେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିଲେ ।
ଅନ୍ୟପଟେ ସମ୍ପୃକ୍ତ ନାବାଳକ କରୋନାରୁ ସୁସ୍ଥ ହେବାର ସପ୍ତାହକ ପରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଦେଖାଦେଇଥିଲା । ଏହା ପରେ ସେ ଏକ ଶିଶୁ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।
ତେବେ କୋଭିଡ୍ ସଂକ୍ରମଣ ଭୟାବହତା ଥମିବାର ନାଁ ଧରୁନଥିବାବେଳେ ଆଉ ଏକ ଘାତକ ସଂକ୍ରମଣ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି । ଦୁର୍ବଳ ଶରୀର ତଥା ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହି ବ୍ଲାକ୍ ଫଙ୍ଗସ୍ ଆକ୍ରମଣ ହେବାର ଅଧିକ ଆଶଙ୍କା ରହିଛି ବୋଲି କୁହାଯାଉଛି । ତେବେ କରୋନାରେ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେଲେ ମଧ୍ୟ ସାଧାରଣତଃ ସେ ଦୁର୍ବଳ ଥାନ୍ତି । ତେଣୁ ସେ କ୍ଷେତ୍ରରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ।












Click it and Unblock the Notifications