Get Updates
Get notified of breaking news, exclusive insights, and must-see stories!

ଭାରତରେ ପହଞ୍ଚିଛି ଋଷିଆର କୋଭିଡ୍‌ ଟିକା ସ୍ଫୁଟନିକ୍‌-ଭି

ଭାରତରେ ପହଞ୍ଚିଛି କୋଭିଡ୍‌ ଟିକା ସ୍ଫୁଟନିକ୍‌-ଭି । ପ୍ରଥମ ବ୍ୟାଚ୍‌ ସ୍ଫୁଟନିକ୍‌-ଭି ହାଇଦ୍ରାବାଦ ବିମାନବନ୍ଦରେ ପହଞ୍ଚିଛି । ପରୀକ୍ଷଣ ପାଇଁ ଡକ୍ଟର ରେଡ୍ଡୀ ଲ୍ୟାବ୍‌କୁ ମିଳିବ ସ୍ଫୁଟନିକ୍‌-ଭି । ସ୍ଫୁଟନିକ୍‌-ଭିକୁ ଡିସିଜିଆଇ ଜରୁରୀକାଳୀନ ଅନୁମତି ଦେଇଛି ।

ହାଇଦ୍ରାବାଦ : ଭାରତରେ ପହଞ୍ଚିଛି କୋଭିଡ୍‌ ଟିକା ସ୍ଫୁଟନିକ୍‌-ଭି । ପ୍ରଥମ ବ୍ୟାଚ୍‌ ସ୍ଫୁଟନିକ୍‌-ଭି ହାଇଦ୍ରାବାଦ ବିମାନବନ୍ଦରେ ପହଞ୍ଚିଛି । ପରୀକ୍ଷଣ ପାଇଁ ଡକ୍ଟର ରେଡ୍ଡୀ ଲ୍ୟାବ୍‌କୁ ମିଳିବ ସ୍ଫୁଟନିକ୍‌-ଭି । ସ୍ଫୁଟନିକ୍‌-ଭିକୁ ଡିସିଜିଆଇ ଜରୁରୀକାଳୀନ ଅନୁମତି ଦେଇଛି । ଭାରତରେ କରୋନା ମହାମାରୀ ବିରୋଧରେ ତୃତୀୟ ଟିକା ଭାବେ ବିବେଚନା କରାଯାଉଛି । ଡକ୍ଟର୍ ରେଡ୍ଡି ଲ୍ୟାବ୍‌ର ସହ-ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଜିଭି ପ୍ରସାଦ କହିଛନ୍ତି ଯେ ଭାରତକୁ ଟିକା ଆଣିବା ନିମନ୍ତେ 'ଆର୍‌ଡିଆଇଏଫ୍' ସହ ଭାଗୀଦାର ହୋଇଥିବାରୁ ଆମେ ଆନନ୍ଦିତ । ଭାରତୀୟ ନିୟନ୍ତ୍ରକଙ୍କ ଆବଶ୍ୟକତା ପ୍ରମାଣ କରିବାକୁ ଆମେ ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଇବୁ । ଭାରତରେ କୋଭିଡ୍-19 ବିରୋଧରେ ଆମର ସଂଗ୍ରାମ ନିମନ୍ତେ 'ସ୍ପୁଟ୍‌ନିକ୍-ଭି' ଟିକା ବିଶ୍ବସନୀୟ ବିକଳ୍ପ ଯୋଗାଇପାରେ ବୋଲି ପରିଚାଳନା ନିର୍ଦେଶକ ଜିପି ପ୍ରସାଦ ପ୍ରକାଶ କରିଛନ୍ତି ।

Sputnik vaccine

କୁହାଯାଉଛି ଯେ ଭାରତରେ କୋଭିଶିଲ୍ଡ ଏବଂ କୋଭାସିନ କରୋନା ବିରୋଧରେ ସେମାନଙ୍କ ଲଢେଇ ଜାରି ରଖିଥିବାବେଳେ ସ୍ପୁଟନିକ୍-ଭି ମିଳିବା ପରେ ଭାରତରେ ଟିକାକରଣ ଦ୍ରୁତ ଗତିରେ ବଢିଚାଲିବ | ସୂଚନା ଥାଉ କି ସ୍ପୁଟନିକ-ଭି ଟିକାକୁ ଗାମାଲାୟା ନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଆଣ୍ଡ ମାଇକ୍ରୋବିଓଲୋଜି ଦ୍ୱାରା ବିକଶିତ କରାଯାଇଛି । ରୁଷର ଗାମାଲିଆ ଇନଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ଟିକାକୁ ଭାରତରେ 5ଟି କମ୍ପାନି ଉତ୍ପାଦନ କରିବେ । କମ୍ପାନି ମଧ୍ୟରେ ରହିଛନ୍ତି ବିରଚୋ ବାୟୋଟେକ୍ (100ନିୟୁତ ଲୋକଙ୍କ ପାଇଁ 200 ନିୟୁତ ଡୋଜ ଉତ୍ପାଦନ କରିବ), ଷ୍ଟେଲିସ୍ ବାୟୋଫାର୍ମା(100 ନିୟୁତ ଲୋକଙ୍କ ପାଇଁ 200 ମିଲିୟନ୍ ଡୋଜ ଉତ୍ପାଦନ କରିବ), ଗ୍ଲାଣ୍ଡ ଫାର୍ମା (126 ନିୟୁତ ଲୋକଙ୍କ ପାଇଁ 252 ନିୟୁତ ଡୋଜ ଉତ୍ପାଦନ କରିବ), ପାନେସିଆ ବାୟୋଟେକ୍ (50ନିୟୁତ ଲୋକଙ୍କ ପାଇଁ 100 ନିୟୁତ ଡୋଜ ଉତ୍ପାଦନ କରିବ) ଏବଂ ହେଟେରୋ (50ନିୟୁତ ଲୋକଙ୍କ ପାଇଁ 100 ନିୟୁତ ଡୋଜ ଉତ୍ପାଦନ କରିବ) ।

ଏଠାରେ ସୂଚନା ଯୋଗ୍ୟ ଯେ ଋଷର ସଭରେନ ୱେଲଥ୍‌ ଫଣ୍ଡ ଭାରତର ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଡକ୍ଟର ରେଡ୍ଡିକୁ 10 କୋଟି କରୋନା ଟିକା ବିକ୍ରି କରିବାକୁ ସମ୍ମତି ପ୍ରକାଣ କରିଛି । ଏଥିପାଇଁ ଋଷର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ୍) ମଧ୍ୟସ୍ଥତାରେ ବୁଝାମଣା ହୋଇଛି । 'ଆର୍‌ଡିଆଇଏଫ୍' ପକ୍ଷରୁ କୁହାଯାଇଛି ଯେ, ଭାରତରେ 'ସ୍ପୁଟିନିକ-ଭି' ନୈଦାନିକ ପରୀକ୍ଷା ଓ ବଣ୍ଟନ ନିମନ୍ତେ 'ଡକ୍ଟର୍ ରେଡ୍ଡି ଲ୍ୟାବ୍‌'କୁ ସହଯୋଗ ପାଇଁ ରାଜି ହୋଇଛି । ଉତ୍ତମରୂପେ ଅଧ୍ୟୟନ ହୋଇଥିବା ଏଡି‌ନୋଭାଇରାଲ୍‌ ମାଧ୍ୟମ ଭିତ୍ତିରେ ଆଧାରିତ ଓ ନିରାପଦ ପ୍ରମାଣିତ ହୋଇଥିବା 'ସ୍ପୁଟ୍‌ନିକ୍-ଭି' ଟିକାକୁ ସମ୍ପ୍ରତି ନୈଦାନିକ ପରୀକ୍ଷା ହୋଇଛି । ଭାରତୀୟ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ପଞ୍ଜୀକରଣ କରାଯିବା ପରେ ଏହି ଟିକା ଯୋଗାଣ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+