ସାମ୍ନାକୁ ଆସିଲା ଜାଇକା ଭାଇରସର ପ୍ରଥମ ମାମଲା, 5 ବର୍ଷର ବାଳିକା ପଜିଟିଭ୍ ଚିହ୍ନଟ
କର୍ଣ୍ଣାଟକରେ ଚିହ୍ନଟ ହେଲା ଜାଇକା ଭାଇରସର ପ୍ରଥମ ମାମଲା । କର୍ଣ୍ଣାଟକର ରାଇଚୁରରେ ଜାଇକା ଭାଇରସର ପ୍ରଥମ ମାମଲା ରିପୋର୍ଟ ହୋଇଛି । ଜଣେ 5 ବର୍ଷୀୟ ଶିଶୁ ଜାଇକା ଭାଇରସ ସଂକ୍ରମିତ ହୋଇଛନ୍ତି ।
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚିହ୍ନଟ ହେଲା ଜାଇକା ଭାଇରସର ପ୍ରଥମ ମାମଲା । କର୍ଣ୍ଣାଟକର ରାଇଚୁରରେ ଜାଇକା ଭାଇରସର ପ୍ରଥମ ମାମଲା ରିପୋର୍ଟ ହୋଇଛି । ଜଣେ 5 ବର୍ଷୀୟ ଶିଶୁ ଜାଇକା ଭାଇରସ ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି ଯେ ପୁଣେ ଲ୍ୟାବ ରିପୋର୍ଟ ଅନୁଯାୟୀ ଜଣେ ପାଞ୍ଚ ବର୍ଷର ବାଳିକା ଜାଇକା ଭାଇରସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି ଯେ ଏହା ରାଜ୍ୟରେ ପ୍ରଥମ ଘଟଣା ଏବଂ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏହାକୁ ପରିଚାଳନା କରିବା ପାଇଁ ଆମ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସେ କହିଛନ୍ତି ଯେ, 'ପୁଣେ ଲ୍ୟାବକୁ 5 ଡିସେମ୍ବରରେ ତିନୋଟି ନମୁନା ପଠାଯାଇଥିଲା ଏବଂ ରିପୋର୍ଟ 8 ଡିସେମ୍ବରରେ ଆସିଥିଲା । ରିପୋର୍ଟ ଅନୁଯାୟୀ, ଦୁଇଟି ନମୁନା ନକାରାତ୍ମକ ଥିବାବେଳେ ଗୋଟିଏ ଜାଇକା ପଜିଟିଭ୍ ବୋଲି ଜଣାପଡିଛି । ଏହି ପ୍ରସଙ୍ଗକୁ ସରକାର ଗମ୍ବୀରତାର ସହ ନେଉଛନ୍ତି । ଖୁବ ଶୀଘ୍ର ଜନସାଧାରଣଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯିବ ।
ଗଣମାଧ୍ୟମ ସହ କଥାବାର୍ତ୍ତା କରି ସ୍ୱାସ୍ଥ୍ୟମନ୍ତ୍ରୀ ସୁଧାକର କହିଛନ୍ତି ଯେ କିଛି ମାସ ପୂର୍ବରୁ କେରଳ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଜାଇକା ଭାଇରସ ମାମଲା ଦେଖିବାକୁ ମିଳିଥିଲା । କର୍ଣ୍ଣାଟକରେ ଏହା ପ୍ରଥମ ମାମଲା । ସେ କହିଛନ୍ତି ଯେ ସରକାର ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ପଡୋଶୀ ଜିଲ୍ଲା ଉପରେ ନଜର ରଖୁଥିବା ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯାଇଛି । ସନ୍ଦେହ ଜନକ ସଂକ୍ରମଣ ମାମଲା ଥିଲେ ଏହାକୁ ପରୀକ୍ଷା ପାଇଁ ନମୁନା ପଠାଇବାକୁ କୁହାଯାଇଛି ।
ଜାଇକା ଭାଇରସ ମଶା ଦ୍ୱାରା ସଂକ୍ରମଣ ହେଉଥିବା ଏକ ରୋଗ । ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ । ଏହି ମଶାମାନେ କେବଳ ଦିନରେ ଅଧିକ ସକ୍ରିୟ ଥାଆନ୍ତି । ଏହି ଭାଇରସ ଦ୍ୱାରା ସଂକ୍ରମିତ ରୋଗୀ ବିପଜ୍ଜନକ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ରହିଛି । ଜାଇକା ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଉଚ୍ଚ ଜ୍ୱର, ଗଣ୍ଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ବାନ୍ତି ଭଳି ସମସ୍ୟା ଦେଖାଦିଏ । ଗର୍ଭବତୀ ମହିଳାମାନେ ଏହି ଭାଇରସ ଦ୍ୱାରା ଅଧିକ ବିପଦରେ ଥାଆନ୍ତି ।












Click it and Unblock the Notifications