ଭାରତରେ ଚିହ୍ନଟ ହେଲା କରୋନା ଭାଇରସ୍ ଭାରିଆଣ୍ଟ XE ର ପ୍ରଥମ ମାମଲା

ଭାରତରେ କରୋନା ଭାଇରସ୍ ଭାରିଆଣ୍ଟ XE ର ପ୍ରଥମ ମାମଲା ଚିହ୍ନଟ ହୋଇଛି । ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଅନୁଯାୟୀ କପ୍ପା ଭାରିଆଣ୍ଟର ଗୋଟିଏ ମାମଲା ମଧ୍ୟ ଚିହ୍ନଟ ହୋଇଛି ।

ମୁମ୍ବାଇ : ଭାରତରେ କରୋନା ଭାଇରସ୍ ଭାରିଆଣ୍ଟ XE ର ପ୍ରଥମ ମାମଲା ଚିହ୍ନଟ ହୋଇଛି । ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଅନୁଯାୟୀ କପ୍ପା ଭାରିଆଣ୍ଟର ଗୋଟିଏ ମାମଲା ମଧ୍ୟ ଚିହ୍ନଟ ହୋଇଛି । ଭାଇରସର ନୂଆ ଭାରିଆଣ୍ଟ ଥିବା ରୋଗୀଙ୍କର ଏପର୍ଯ୍ୟନ୍ତ କୌଣସି ଗମ୍ଭୀର ଲକ୍ଷଣ ନାହିଁ । ସଂକ୍ରମିତ ଜଣକ ଯୁକେରୁ ଫରିଥିବା ଜଣାପଡ଼ିଛି ।

CoronaVirus

ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ନୂତନ ଭାରିଆଣ୍ଟ କୋଭିଡ 19 ର ଏକ ଭାରିଆଣ୍ଟ । ଯେତେବେଳେ ବ୍ରିଟେନରେ ପ୍ରଥମେ ଏହି ଭାରିଆଣ୍ଟ ଚିହ୍ନଟ ହେଲା ସେତେବେଳେ କରୋନାର ଯେକୌଣସି ଷ୍ଟ୍ରେନ୍ ଅପେକ୍ଷା ଏହା ଅଧିକ ସଂକ୍ରାମକ ହୋଇପାରେ ବୋଲି କୁହାଯାଇଥିଲା ।

କରୋନା ଭାଇରସ୍ ନୂତନ ଭାରିଆଣ୍ଟ XE ହେଉଛି ଓମିକ୍ରନ୍ ର ba.1 ଏବଂ ba.2 ର ହାଇବ୍ରିଡ୍ ମ୍ୟୁଟାଣ୍ଟ । ଅବଶ୍ୟ, ଏପର୍ଯ୍ୟନ୍ତ ଏହି ନୂତନ ମ୍ୟୁଟାଣ୍ଟର ବହୁତ କମ୍ ମାମଲା ବିଶ୍ୱରେ ରିପୋର୍ଟ କରାଯାଇଛି । ପୂର୍ବରୁ ପ୍ରକାଶିତ ରିପୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ 19 ଜାନୁଆରୀରେ ବ୍ରିଟେନରେ 'xe mutant' ର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା ଏବଂ ଏପର୍ଯ୍ୟନ୍ତ ଏହି ନୂତନ ମ୍ୟୁଟାଣ୍ଟ 600 ସ୍ୱିକ୍ୱେନ୍ସରେ ନିଶ୍ଚିତ ହୋଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+