2026 ରେ ଚାଲିବ ବୁଲେଟ୍ ଟ୍ରେନ୍, ହାଇ-ଟେକ୍ ହେବ ଷ୍ଟେସନ - ରେଳମନ୍ତ୍ରୀ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ଅହମ୍ମଦାବାଦ ଗସ୍ତରେ ଥିବା ସମୟରେ ସେ ବୁଲେଟ୍ ଟ୍ରେନ୍ ବିଷୟରେ ଏକ ବଡ ଘୋଷଣା କରିଛନ୍ତି । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ଭାରତରେ ପ୍ରଥମ ବୁଲେଟ୍ ଟ୍ରେନ୍ 2026 ରେ ଚାଲିବ ।

ନୂଆଦିଲ୍ଲୀ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ଅହମ୍ମଦାବାଦ ଗସ୍ତରେ ଥିବା ସମୟରେ ସେ ବୁଲେଟ୍ ଟ୍ରେନ୍ ବିଷୟରେ ଏକ ବଡ ଘୋଷଣା କରିଛନ୍ତି । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ଭାରତରେ ପ୍ରଥମ ବୁଲେଟ୍ ଟ୍ରେନ୍ 2026 ରେ ଚାଲିବ । କାର୍ଯ୍ୟ ଠିକ୍ ସମୟରେ ସମାପ୍ତ କରିବାକୁ କାର୍ଯ୍ୟ ଶୀଘ୍ର କରାଯାଉଛି । ରେଳମନ୍ତ୍ରୀ କହିଛନ୍ତି ଯେ ଭୋପାଳର ହବିବଗଞ୍ଜ ମଡେଲ ଅନୁସରଣ କରି ସାରା ଦେଶରେ 199 ରେଳ ଷ୍ଟେସନ ବିଶ୍ୱ ସ୍ତରୀୟ ସ୍ତରରେ ନିର୍ମାଣ କରାଯିବ । ଏଥି ସହ ସେ କହିଛନ୍ତି ଯେ ଅହମ୍ମଦାବାଦ ଷ୍ଟେସନକୁ ମଧ୍ୟ ବିଶ୍ୱ ସ୍ତରୀୟ କରାଯିବ ।

Ashwini Vaishnaw

ଆପଣଙ୍କୁ କହି ରଖୁଛୁ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ । ଅହମ୍ମଦାବାଦ ଏବଂ ମୁମ୍ବାଇ ମଧ୍ୟରେ ହାଇ ସ୍ପିଡ୍ ରେଳ (HSR) ଟ୍ରାକରେ 320 କିଲୋମିଟର ବେଗରେ ଏକ ବୁଲେଟ୍ ଟ୍ରେନ୍ ଚଳାଇବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି । ଏହି ସମୟରେ ଟ୍ରେନ୍ 508 କିଲୋମିଟର ଦୂରତା ଅତିକ୍ରମ କରିବ ଏବଂ 12 ଟି ଷ୍ଟେସନ ଦେଇ ଯିବ । ବର୍ତ୍ତମାନ, ଦୁଇ ସହର ମଧ୍ୟରେ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ 6 ଘଣ୍ଟା 30 ମିନିଟ୍ ସମୟ ଲାଗୁଛି । କିନ୍ତୁ କୁହାଯାଉଛି ଯେ ବୁଲେଟ୍ ଟ୍ରେନ୍ ଚଳାଚଳ ପରେ ଏହି ଦୂରତାକୁ 3 ଘଣ୍ଟାରେ ପହଞ୍ଚି ପାରିବ । 1.1 ଲକ୍ଷ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଶେଷ ହେବ । ଏହାର 81% ଜାପାନର ଏକ ଏଜେନ୍ସି ସହଯୋଗ କରିବ ।

ଏଥି ସହିତ ସାମ୍ବାଦିକମାନେ ରେଳମନ୍ତ୍ରୀଙ୍କୁ ବନ୍ଦେ ଭାରତର ପଶୁମାନଙ୍କ ସହ ଧକ୍କା ହେବା ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ । ଏହା ଉପରେ ରେଳ ମନ୍ତ୍ରୀ କହିଛନ୍ତି ଯେ ଭାରତରେ ରେଳ ଟ୍ରାକ୍ ଖୋଲା ଅଛି ଏବଂ ଭୂମି ଉପରେ ଅଛି, ସେଥିପାଇଁ ଟ୍ରେନ୍ ସହିତ ବଣୁଆ ଜନ୍ତୁ କିମ୍ବା ଗାଈ ଧକ୍କା ହେଉଛନ୍ତି । ତେବେ ସେ ଏହା ମ୍ୱ କହିଛନ୍ତି ଏହାକୁ ଧ୍ୟାନରେ ରଖି କାମ କରାଯାଉଛି ।

ମୁମ୍ବାଇରୁ ଗାନ୍ଧୀନଗର ଅଭିମୁଖେ ଦେଶର ପ୍ରଥମ ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଗୁରୁବାର ଦିନ ବଟୱା ଏବଂ ମଣିନଗର ମଧ୍ୟରେ ଏକ ମଇଁଷି ସହ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି, କିନ୍ତୁ ଟ୍ରେନର ଆଗ ଭାଗ ବହୁ କ୍ଷତିଗ୍ରସ୍ତ ହୋଇଛି । ଅବଶ୍ୟ, ଏହାକୁ ସମ୍ପୂର୍ଣ୍ଣ ମରାମତି କରାଯାଇ ପୁଣି ଟ୍ରାକକୁ ନିଆଯାଇଛି । ଏହ ସହିତ 5G ଲ୍ୟାବ ବିଷୟରେ ମଧ୍ୟ ସେ କହିଛନ୍ତି । ଖୁବ ଶୀଘ୍ର ଗୁଜୁରାଟରେ 5G ର ଲ୍ୟାବ ନିର୍ମାଣ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+