ଅପରେସନ୍ କାବେରୀ: ସ୍ୱଦେଶ ଫେରୁଛନ୍ତି ସୁଦାନରେ ଫସି ରହିଥିବା 135 ଭାରତୀୟ

ନୂଆଦିଲ୍ଲୀ : ସୁଦାନରେ ଲାଗିରହିଥିବା ଗୃହଯୁଦ୍ଧ ହେତୁ ବହୁ ସଂଖ୍ୟକ ଭାରତୀୟ ସେଠାରେ ଫସିରହିଛନ୍ତି । ପ୍ରବାସୀ ଭାରତୀୟଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ୍ କାବେରୀ ପରିଚାଳିତ କରୁଛନ୍ତି । ଏହା ସାହାଯ୍ୟରେ 135 ଭାରତୀୟଙ୍କ ତୃତୀୟ ବ୍ୟାଚ୍ ମିଶନ୍ କାବେରୀ ଅଧୀନରେ ଭାରତକୁ ଫେରୁଛନ୍ତି ।
ସୁଦାନରେ ଫସି ରହିଥିବା 135 ଭାରତୀୟ ନାଗରିକ ଭାରତୀୟ ବାୟୁସେନା ବିମାନ C-130 ଦ୍ୱାରା ଯେଦ୍ଦାରେ ପହଞ୍ଚିଛନ୍ତି । କେନ୍ଦ୍ର ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ୍ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି ଯେ, ଯେଉଁ ଭାରତୀୟମାନେ ଯେଦ୍ଦାରେ ପହଞ୍ଚିଛନ୍ତି, ସେମାନଙ୍କର ଭାରତ ଯାତ୍ରା ଖୁବ ଶୀଘ୍ର ଆରମ୍ଭ ହେବ ।
ଏହାପୂର୍ବରୁ ଅପରେସନ୍ କାବେରୀ ଅଧୀନରେ 121 ଭାରତୀୟ ନାଗରିକଙ୍କ ପ୍ରଥମ ବ୍ୟାଚ୍ ସୁଦାନରୁ ଜେଦ୍ଦାକୁ ବାୟୁସେନା ବିମାନ ଦ୍ୱାରା ଅଣାଯାଇଥିଲା । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଥିଲେ ଯେ ଶୀଘ୍ର ଏହି ଲୋକଙ୍କୁ ନିଜ ଘରକୁ ଫେରାଇ ନିଆଯିବ ।
#WATCH | "The second batch of 121 stranded Indians leaves Port Sudan for Jeddah onboard IAF C-130J aircraft. Another sortie to follow," tweets MEA spokesperson Arindam Bagchi#OperationKaveri pic.twitter.com/tn1b7sb5cO
— ANI (@ANI) April 25, 2023
ଏଥି ସହିତ, ସୁଦାନରେ ଫସି ରହିଥିବା 121 ସାଧାରଣ ନାଗରିକଙ୍କ ପ୍ରଥମ ବ୍ୟାଚ୍ କୁ ନେଇ ଭାରତୀୟ ବାୟୁସେନା ବିମାନ ଯେଦ୍ଦାରେ ପହଞ୍ଚିଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି ଏହି ଲୋକଙ୍କ ବିଷୟରେ ସୂଚନା ଦେଇଛନ୍ତି ।












Click it and Unblock the Notifications