ପଣବନ୍ଦୀ ଯବାନଙ୍କୁ ମୁକୁଳାଇବାର ପ୍ରଥମ ପ୍ରୟାସ ଫେଲ୍

ଟେକେଲଗୁଡା ଏନକାଉଣ୍ଟର ପରେ ମାଓବାଦୀଙ୍କ କବଳରେ ରହିଥିବା ସି.ଆର.ପି.ଏଫ ଜବାନ ରାକେଶ୍ବର ସିଂ ମନ୍ହାସଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ଗତକାଲି ନକ୍ସଲ ସଂଗଠନ ପାଖକୁ ଯାଇଥିଲେ ଦାନ୍ତେୱାଡା ଜିଲ୍ଲାର ବିଶିଷ୍ଟ ଆଦିବାସି ନେତ୍ରୀ ତଥା ମାନବ ଅଧିକାର କର୍ମୀ ।

ରାୟପୁର : ଫେଲ୍ ମାରିଲା ନକ୍ସଲ କବଳରେ ଥିବା ଜବାନଙ୍କୁ ମୁକଳାଇବାର ପ୍ରଥମ ପ୍ରୟାସ । ଟେକେଲଗୁଡା ଏନକାଉଣ୍ଟର ପରେ ମାଓବାଦୀଙ୍କ କବଳରେ ରହିଥିବା ସି.ଆର.ପି.ଏଫ ଜବାନ ରାକେଶ୍ବର ସିଂ ମନ୍ହାସଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ଗତକାଲି ନକ୍ସଲ ସଂଗଠନ ପାଖକୁ ଯାଇଥିଲେ ଦାନ୍ତେୱାଡା ଜିଲ୍ଲାର ବିଶିଷ୍ଟ ଆଦିବାସି ନେତ୍ରୀ ତଥା ମାନବ ଅଧିକାର କର୍ମୀ ସୋନି ସୋଡି । ହେଲେ ମାଓବାଦୀଙ୍କ ସହ ତାଙ୍କର ଆଲୋଚନା ବିଫଳ ହୋଇଛି ।

CRPF

ସରକାର ମଧ୍ୟସ୍ଥିଙ୍କ ନାମ ଘୋଷଣା କଲେ ମାଓବାଦୀ ମାନେ ସେମାନଙ୍କ ସହ ଆଲୋଚନା କରିବା ପରେ ବନ୍ଦୀ ଯବାନଙ୍କୁ ଛାଡ଼ିବେ ବୋଲି କହିଛନ୍ତି ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ । ଛତିଶଗଡ ସରକାର ଆଜି ଏକ ମଧ୍ୟସ୍ଥିଙ୍କ ତାଲିକା ଘୋଷଣା କରିପାରନ୍ତି ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+