For Quick Alerts
For Daily Alerts
ପଣବନ୍ଦୀ ଯବାନଙ୍କୁ ମୁକୁଳାଇବାର ପ୍ରଥମ ପ୍ରୟାସ ଫେଲ୍
ରାୟପୁର : ଫେଲ୍ ମାରିଲା ନକ୍ସଲ କବଳରେ ଥିବା ଜବାନଙ୍କୁ ମୁକଳାଇବାର ପ୍ରଥମ ପ୍ରୟାସ । ଟେକେଲଗୁଡା ଏନକାଉଣ୍ଟର ପରେ ମାଓବାଦୀଙ୍କ କବଳରେ ରହିଥିବା ସି.ଆର.ପି.ଏଫ ଜବାନ ରାକେଶ୍ବର ସିଂ ମନ୍ହାସଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ଗତକାଲି ନକ୍ସଲ ସଂଗଠନ ପାଖକୁ ଯାଇଥିଲେ ଦାନ୍ତେୱାଡା ଜିଲ୍ଲାର ବିଶିଷ୍ଟ ଆଦିବାସି ନେତ୍ରୀ ତଥା ମାନବ ଅଧିକାର କର୍ମୀ ସୋନି ସୋଡି । ହେଲେ ମାଓବାଦୀଙ୍କ ସହ ତାଙ୍କର ଆଲୋଚନା ବିଫଳ ହୋଇଛି ।

ସରକାର ମଧ୍ୟସ୍ଥିଙ୍କ ନାମ ଘୋଷଣା କଲେ ମାଓବାଦୀ ମାନେ ସେମାନଙ୍କ ସହ ଆଲୋଚନା କରିବା ପରେ ବନ୍ଦୀ ଯବାନଙ୍କୁ ଛାଡ଼ିବେ ବୋଲି କହିଛନ୍ତି ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ । ଛତିଶଗଡ ସରକାର ଆଜି ଏକ ମଧ୍ୟସ୍ଥିଙ୍କ ତାଲିକା ଘୋଷଣା କରିପାରନ୍ତି ବୋଲି ଜଣାପଡିଛି ।