ଜାତୀୟ ରାଜଧାନୀରେ ଏଥର ଦିପାବଳୀରେ ବାଣ ମନା, 2023 ଜାନୁଆରୀ ପହିଲା ଯାଏଁ ପ୍ରତିବନ୍ଧକ
ଦେଶର ରାଜଧାନୀକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ବାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ : ଦେଶର ରାଜଧାନୀକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ବାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି ।
ଗୋପାଳ ରାୟ କହିଛନ୍ତି ଯେ ଗତ ବର୍ଷ ଭଳି ଦିଲ୍ଲୀର ଲୋକଙ୍କୁ ପ୍ରଦୂଷଣର ବିପଦରୁ ରକ୍ଷା କରିବା ପାଇଁ ଏଥର ମଧ୍ୟ ସମସ୍ତ ପ୍ରକାର ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ତଥା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି । ଯାହାଫଳରେ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ । ଏଥର ଦିଲ୍ଲୀରେ ଅନ୍ଲାଇନ୍ ବିକ୍ରୟ / ବାଣ ବିତରଣ ଉପରେ ମଧ୍ୟ ନିଷେଧାଦେଶ ରହିବ । ଏହି ପ୍ରତିବନ୍ଧକ 2023 ଜାନୁଆରୀ ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ପ୍ରତିବନ୍ଧକକୁ କଡାକଡି ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଡିପିସିସି ଏବଂ ରାଜସ୍ୱ ବିଭାଗ ସହିତ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ।

ଆପଣଙ୍କୁ କହି ରଖୁଛୁ ମଙ୍ଗଳବାର ଦିନ ଦିଲ୍ଲୀ ସରକାରଙ୍କ ଶୀତକାଳୀନ କାର୍ଯ୍ୟ ଯୋଜନା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗୋପାଳ ରାୟ ଶୀତକାଳୀନ କାର୍ଯ୍ୟ ଯୋଜନା ସମ୍ବନ୍ଧରେ ସମସ୍ତ ସମ୍ପୃକ୍ତ ବିଭାଗ ସହିତ ଆଲୋଚନା କରିଥିଲେ । ବୈଠକରେ ସରକାରଙ୍କ ମୁଖ୍ୟ ଧ୍ୟାନ 15 ପଏଣ୍ଟ ଉପରେ ଥିଲା, ଯେଉଁଥି ପାଇଁ ପ୍ରାୟ 30 ଟି ବିଭାଗକୁ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ସେପ୍ଟେମ୍ବର 15 ସୁଦ୍ଧା ଏହାର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ପରିବେଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
କେବଳ ଏତିକି ନୁହେଁ, ନଡା ଜାଳିବା ଦ୍ୱାରା ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ବିକାଶ ଏବଂ ରାଜସ୍ୱ ବିଭାଗକୁ ନୋଡାଲ ଏଜେନ୍ସି କରାଯାଇଛି । ଧୂଳି ପ୍ରଦୂଷଣକୁ ରୋକିବା ପାଇଁ PWD, MCD, DCB, NDMC, DDA, CPWD, I&FC, ଦିଲ୍ଲୀ ମେଟ୍ରୋ, ରାଜସ୍ୱ ବିଭାଗ, ଦିଲ୍ଲୀ ଜଳ ବୋର୍ଡକୁ ନୋଡାଲ ଏଜେନ୍ସି ଭାବରେ ନିଯୁକ୍ତ କରାଯାଇଛି । ଏଥି ସହିତ ଯାନବାହାନ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ, ପରିବହନ ବିଭାଗ, ଡିଏମଟିଏସ, ଡିଟିସି, ଦିଲ୍ଲୀ ମେଟ୍ରୋ, GAD କୁ ଦାୟିତ୍ୱ ଦିଆଯାଇଛି ।












Click it and Unblock the Notifications