ଦୁର୍ଗା ପୂଜା ମଣ୍ଡପରେ ଅଗ୍ନିକାଣ୍ଡ, 3 ଶିଶୁ ଏବଂ 2 ମହିଳାଙ୍କ ମୃତ୍ୟୁ, 64 ଜଣ ଆହତ
ଉତ୍ତର ପ୍ରଦେଶ ଭଦୋହିର ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛି । ରବିବାର ବିଳମ୍ବିତ ରାତିରେ ୟୁପିର ଭଦୋହିରେ ଦୁର୍ଗା ପୂଜା ମଣ୍ଡପରେ ଅଗ୍ନକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ 5 ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ 50 ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଭଦୋହି : ଉତ୍ତର ପ୍ରଦେଶ ଭଦୋହିର ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛି । ରବିବାର ବିଳମ୍ବିତ ରାତିରେ ୟୁପିର ଭଦୋହିରେ ଦୁର୍ଗା ପୂଜା ମଣ୍ଡପରେ ଅଗ୍ନକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ 5 ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ 50 ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଡ଼ି ଯାଇ ଆହତ ହୋଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ । ଭଦୋହି ଡିଏମ ଗୌରାଙ୍ଗ ରାଠୀ କହିଛନ୍ତି ଯେ ଦୁର୍ଗା ପୂଜା ମଣ୍ଡପରେ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି । ଏଥି ମଧ୍ୟରେ ତିନି ଜଣ ଶିଶୁ ଏବଂ ଦୁଇ ମହିଳା ଅଛନ୍ତି ।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ୟୁପିର ଭଦୋହି ଜିଲ୍ଲାର ଆରାଇ ଅଞ୍ଚଳର ନର୍ଥୁଆରେ ଏକ ଦୁର୍ଗା ପୂଜା ମଣ୍ଡପରେ ଆରତୀ କାର୍ଯ୍ୟକ୍ରମ ଚାଲିଥିଲା । ମଣ୍ଡପରେ ଏକ ଡିଜିଟାଲ୍ ସୋ ମଧ୍ୟ ଚାଲିଥିଲା । ଏହି ସମୟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା ।
ଅଗ୍ନକାଣ୍ଡ ଏତେ ଭୟାବୟ ଥିଲା ଯେ ପୁରା ମଣ୍ଡପ ଜଳିଯାଇଥିଲା । ସୂଚନା ମୁତାବକ, ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ପୁରା ମଣ୍ଡପ ଜଳି ଯାଇଥିଲା । ସୂଚନା ପାଇବା ପରେ ଡିଏମ-ଏସପି ସମେତ ବରିଷ୍ଠ ଅଧିକାରୀ ଏବଂ ଅଗ୍ନିଶମ ବାହିନୀ ଦଳ ପହଞ୍ଚିଥିଲେ । ଆହତ ଶିଶୁ ଓ ମହିଳାଙ୍କୁ CHC ସମେତ ଅନେକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ 33 ଟି BHU କୁ ରେଫର୍ କରାଯାଇଛି ।












Click it and Unblock the Notifications