For Quick Alerts
Turn On Notification  
For Daily Alerts
Oneindia App Download

ଭରୁଚ ଜିଲ୍ଲାର ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ, 6 ଜଣ ଆହତ

ଗୁଜୁରାଟର ଭରୁଚ ଜିଲ୍ଲାର ଦହେଜସ୍ଥିତ ଏକ ରାସାୟନିକ କାରଖାନାରେ ମଙ୍ଗଳବାର ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଅତି କମରେ 6 ଜଣ ଶ୍ରମିକ ଆହତ ହୋଇଛନ୍ତି ।

|

ଅହମ୍ମଦାବାଦ : ଗୁଜୁରାଟର ଭରୁଚ ଜିଲ୍ଲାର ଦହେଜସ୍ଥିତ ଏକ ରାସାୟନିକ କାରଖାନାରେ ମଙ୍ଗଳବାର ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଅତି କମରେ 6 ଜଣ ଶ୍ରମିକ ଆହତ ହୋଇଛନ୍ତି । ପୋଲିସ ଅଧୀକ୍ଷକ ଲୀନା ପାଟିଲ କହିଛନ୍ତି ଯେ ଭାରତ ରସାୟନ ୟୁନିଟରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ସେ କହିଛନ୍ତି ଯେ ଆହତ 6 ଜଣ କର୍ମଚାରୀଙ୍କୁ ଭରୁଚ ସହରର ଏକ ଡାକ୍ତରଖାନାକୁ ନିଆଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ ତୁଷାର ସୁମେରା କହିଛନ୍ତି ଯେ ନିଆଁକୁ ନିୟନ୍ତ୍ରଣ କରିବା କାମ ଏବେବି ଚାଲିଛି ।

fire accident

ନିଆଁ ଲିଭାଇବା ପରେ ଉଦ୍ଧାରକାରୀ ଦଳ ପରିସରକୁ ଆସିବା ପରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି । ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆପଣଙ୍କୁ କହି ରଖୁଛୁ ଭରୁଚ ଜିଲ୍ଲାର ଦହେଜ ଜିଆଇଡିସି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଭରତ ରାସାୟନ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
fire broke out in a chemical factory at Dahej in Gujarat's Bharuch, several injured
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X