ଭରୁଚ ଜିଲ୍ଲାର ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ, 6 ଜଣ ଆହତ

ଗୁଜୁରାଟର ଭରୁଚ ଜିଲ୍ଲାର ଦହେଜସ୍ଥିତ ଏକ ରାସାୟନିକ କାରଖାନାରେ ମଙ୍ଗଳବାର ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଅତି କମରେ 6 ଜଣ ଶ୍ରମିକ ଆହତ ହୋଇଛନ୍ତି ।

ଅହମ୍ମଦାବାଦ : ଗୁଜୁରାଟର ଭରୁଚ ଜିଲ୍ଲାର ଦହେଜସ୍ଥିତ ଏକ ରାସାୟନିକ କାରଖାନାରେ ମଙ୍ଗଳବାର ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଅତି କମରେ 6 ଜଣ ଶ୍ରମିକ ଆହତ ହୋଇଛନ୍ତି । ପୋଲିସ ଅଧୀକ୍ଷକ ଲୀନା ପାଟିଲ କହିଛନ୍ତି ଯେ ଭାରତ ରସାୟନ ୟୁନିଟରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ସେ କହିଛନ୍ତି ଯେ ଆହତ 6 ଜଣ କର୍ମଚାରୀଙ୍କୁ ଭରୁଚ ସହରର ଏକ ଡାକ୍ତରଖାନାକୁ ନିଆଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ ତୁଷାର ସୁମେରା କହିଛନ୍ତି ଯେ ନିଆଁକୁ ନିୟନ୍ତ୍ରଣ କରିବା କାମ ଏବେବି ଚାଲିଛି ।

fire accident

ନିଆଁ ଲିଭାଇବା ପରେ ଉଦ୍ଧାରକାରୀ ଦଳ ପରିସରକୁ ଆସିବା ପରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି । ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆପଣଙ୍କୁ କହି ରଖୁଛୁ ଭରୁଚ ଜିଲ୍ଲାର ଦହେଜ ଜିଆଇଡିସି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଭରତ ରାସାୟନ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+