ମୁମ୍ବାଇର 20 ମହଲା କୋଠାରେ ଅଗ୍ନିକାଣ୍ଡ, 2 ଜଣଙ୍କର ମୃତ୍ୟୁ, 15 ଜଣ ଆହତ
ମହାରାଷ୍ଟ୍ରର ମୁମ୍ବାଇରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଶନିବାର ସକାଳେ ମୁମ୍ବାଇର ତାରଦେବରେ ଭାଟିଆ ହସ୍ପିଟାଲ ନିକଟରେ ଅବସ୍ଥିତ 20 ମହଲା କମଲା ବିଲଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏଥିରେ ଏପର୍ଯ୍ୟନ୍ତ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।
ମୁମ୍ବାଇ : ମହାରାଷ୍ଟ୍ରର ମୁମ୍ବାଇରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଶନିବାର ସକାଳେ ମୁମ୍ବାଇର ତାରଦେବରେ ଭାଟିଆ ହସ୍ପିଟାଲ ନିକଟରେ ଅବସ୍ଥିତ 20 ମହଲା କମଲା ବିଲଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏଥିରେ ଏପର୍ଯ୍ୟନ୍ତ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଏହା ବ୍ୟତୀତ ଏହି ଦୁର୍ଘଟଣାରେ ପ୍ରାୟ 15 ଜଣ ଲୋକ ଆହତ ହୋଇଥିବା କୁହାଯାଉଛି । ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଏମସି ଅଧିକାରୀଙ୍କ ଅନୁଯାୟୀ, ନିଆଁ ଲାଗିଥିବା ସୂଚନା ପାଇବା ମାତ୍ରେ 13 ଟି ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଥିଲା ଯାହା ବର୍ତ୍ତମାନ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି ।

ଏଥିସହିତ ସତର୍କତା ଅନୁଯାୟୀ 5 ଟି ଆମ୍ବୁଲାନ୍ସକୁ ବିଲଡିଂ ନିକଟରେ ଷ୍ଟାଣ୍ଡ-ମୋଡରେ ରଖାଯାଇଛି । ଅଧିକାରୀଙ୍କ କହିବାନୁସାରେ, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ମୁମ୍ବାଇ ମେୟର କିଶୋରୀ ପେଡନେକର ଏହି ଦୁର୍ଘଟଣା ସମ୍ପର୍କରେ ଏକ ବିବୃତ୍ତି ଦେଇ କହିଛନ୍ତି ଯେ ଉଦ୍ଧାର ହୋଇଥିବା 6 ଜଣ ବୟସ୍କ ଲୋକଙ୍କୁ ଅମ୍ଳଜାନ ସହାୟତା ବ୍ୟବସ୍ଥା ଆବଶ୍ୟକ ଥିଲା, ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି । ଅବଶିଷ୍ଟ ଲୋକଙ୍କୁ ବିଲଡିଂରୁ ଉଦ୍ଧାର କରାଯାଇଛି ।












Click it and Unblock the Notifications