Get Updates
Get notified of breaking news, exclusive insights, and must-see stories!

ମୁମ୍ବାଇର 60 ମହଲା ଅଭିଘ୍ନା ପାର୍କ ଆପାର୍ଟମେଣ୍ଟରେ ବ୍ୟାପକ ଅଗ୍ନିକାଣ୍ଡ, ଜଣେ ମୃତ

ଆଜି ଅପରାହ୍ନରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର 60 ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।

ମୁମ୍ବାଇ : ଆଜି ଅପରାହ୍ନରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର 60 ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।

ମୁମ୍ବାଇର କ୍ୟୁରୀ ରୋଡରେ ଥିବା ବହୁ ମହଲା ଅଭିଘ୍ନା ପାର୍କ ଆପାର୍ଟମେଣ୍ଟରେ ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ ଅଗ୍ନିକାଣ୍ଡ ଘଟି ବିଲ୍ଡିଂରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରଖିଛି । ମୁମ୍ବାଇ ମେୟର କିଶୋରୀ ପେଡନେକର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ନଜର ରଖିଛନ୍ତି ।

mumbai

ମୁମ୍ବାଇ ଫାୟାର ବ୍ରିଗେଡ ପକ୍ଷରୁ କୁହାଯାଇଛି ଯେ କ୍ୟୁରୀ ରୋଡରେ ଥିବା ଆଭିଗନା ପାର୍କ ଆପାର୍ଟମେଣ୍ଟରେ ଲେଭଲ୍ 3 ରେ ଏହି ଅଗ୍ନିକାଣ୍ଡ ଘଟିଛି । କୋଠାର 19 ତମ ମହଲାରେ ନିଆଁ ଲାଗିଯାଇଥିଲା ଯାହା ଅନ୍ୟ କୋଠାକୁ ମଧ୍ୟ ବ୍ୟାପି ଯାଇଥିଲା । ବିଲ୍ଡିଂର 19 ତମ ମହଲାରେ ଲାଗିଥିବା ନିଆଁରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ବାଲକୋନିରୁ ଡେଇଁପଡିଥିଲେ । ମୁମ୍ବାଇ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଏହି ବ୍ୟକ୍ତି 19 ତମ ମହଲାରୁ ଡେଇଁବା ପରେ ଆହତ ହୋଇ ପ୍ରାଣ ହରାଇଥିଲେ । ଏହି 60 ମହଲା କୋଠାରେ ଅନେକ ଲୋକ ଫସି ରହିଥିବାର ଭୟ କରାଯାଉଛି । ଅଗ୍ନିକାଣ୍ଡ ଯୋଗୁଁ କ୍ୟୁରୀ ରୋଡ୍ ବ୍ରିଜ୍ ଉପରେ ଟ୍ରାଫିକ୍ ମଧ୍ୟ ସ୍ଥଗିତ ରହିଛି । ପୋଲିସ ଏହି ଅଞ୍ଚଳରେ ବ୍ୟାରିକେଡ୍ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+