ମଧୁବନୀ ରେଳ ଷ୍ଟେସନରେ ସ୍ୱତନ୍ତ୍ରତା ସେନାନୀ ସୁପରଫାଷ୍ଟରେ ଭୟଙ୍କର ଅଗ୍ନିକାଣ୍ଡ
ବିହାରର ମଧୁବନୀ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ସ୍ୟତନ୍ତ୍ରତା ସେନାନୀ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନରେ ହଠାତ୍ ଅଗ୍ନିକାଣ୍ଡ ହୋଇଛି । ଶନିବାର ସକାଳ ପ୍ରାୟ 10 ଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଛି ।
ମଧୁବନୀ : ବିହାରର ମଧୁବନୀ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ସ୍ୟତନ୍ତ୍ରତା ସେନାନୀ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନରେ ହଠାତ୍ ଅଗ୍ନିକାଣ୍ଡ ହୋଇଛି । ଶନିବାର ସକାଳ ପ୍ରାୟ 10 ଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଛି । ନିଆଁ ଏତେ ଭୟଙ୍କର ଥିଲା ଯେ କିଛି ସମୟ ପାଇଁ ଷ୍ଟେସନ ପରିସରରେ ଆତଙ୍କ ଖେଳିଯାଇଥିଲା । ଏହା ପରେ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିଲା ।

ଆଶ୍ୱସ୍ତିକର ବିଷୟ ହେଉଛି ଟ୍ରେନଟି ସମ୍ପୂର୍ଣ୍ଣ ଖାଲି ଥିବାରୁ କୌଣସି ଜୀବନହାନି ହୋଇନଥିବା ସୂଚନା ରହିଛି । ଘଟଣାର ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ନିଆଁ କେତେ ଭୟଙ୍କର ଥିଲା ତାହା ଏହି ଭିଡ଼ିଓରୁ ସ୍ପଷ୍ଟ ଜଣା ପଡ଼ୁଛି । ଟ୍ରେନର 5 ଟି ବଗିରେ ନିଆଁ ଲାଗିଥିଲା ।
#WATCH | Fire breaks out in an empty train at Madhubani railway station in Bihar pic.twitter.com/Rps2N8gwKk
— ANI (@ANI) February 19, 2022
କୁହାଯାଉଛି ଯେ ଏହି ଟ୍ରେନ୍ ଶୁକ୍ରବାର ରାତିରେ ଦିଲ୍ଲୀରୁ ମଧୁବନୀରେ ପହଞ୍ଚିଥିଲା ଏବଂ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ନିଆଁ ଲାଗିଯାଇଥିଲା । ସଙ୍ଗେ ସଙ୍ଗେ ଷ୍ଟେସନରେ ଉପସ୍ଥିତ ଥିବା ଲୋକ ଓ କର୍ମଚାରୀମାନେ ନିଆଁ ଲିଭାଇବା ଆରମ୍ଭ କକିଥିଲେ । ଏହି ସମୟରେ ଅଗ୍ନିଶମ ବାହିନୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।












Click it and Unblock the Notifications