For Quick Alerts
Turn On Notification  
For Daily Alerts
Oneindia App Download

ସେରମ୍ ଇନଷ୍ଟିଚ୍ୟୁଟର ଟର୍ମିନାଲ୍ -1ରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ କରୁଛି 10ଟି ଦମକଳ କେନ୍ଦ୍ରର ଗାଡ଼ି

ମହାରାଷ୍ଟ୍ରର ପୁଣେସ୍ଥିତ ସେରମ୍ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେରମ୍ ଇନଷ୍ଟିଚ୍ୟୁଟର ଟର୍ମିନାଲ୍ -1 ରେ ନିଆଁ ଲାଗିଛି । ଟର୍ମିନାଲ୍ -1 ର SEZ3 ବିଲ୍ଡିଂରେ ଥିବା ମଞ୍ଜରୀ ପ୍ଲାଣ୍ଟର ଚତୁର୍ଥ ଏବଂ ପଞ୍ଚମ ମହଲାରେ ନିଆଁ ଲାଗିଯାଇଛି ।

|

ମହାରାଷ୍ଟ୍ର : ମହାରାଷ୍ଟ୍ରର ପୁଣେସ୍ଥିତ ସେରମ୍ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେରମ୍ ଇନଷ୍ଟିଚ୍ୟୁଟର ଟର୍ମିନାଲ୍ -1 ରେ ନିଆଁ ଲାଗିଛି । ଟର୍ମିନାଲ୍ -1 ର SEZ3 ବିଲ୍ଡିଂରେ ଥିବା ମଞ୍ଜରୀ ପ୍ଲାଣ୍ଟର ଚତୁର୍ଥ ଏବଂ ପଞ୍ଚମ ମହଲାରେ ନିଆଁ ଲାଗିଯାଇଛି । ନିଆଁ ଲାଗିବା ଖବର ପାଇବା ପରେ ଘଟଣାସ୍ଥଳରେ ଦମକଳବାହିନୀର 10ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି ।

Serum-institute-pune

ସୂଚନା ଅନୁଯାୟୀ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର SEZ3ରେ ଏକ ନୂତନ କୋଠା ନିର୍ମାଣ କରାଯାଉଛି । ଏହି ନୂତନ କାରଖାନା (ମଞ୍ଜରୀ ପ୍ଲାଣ୍ଟ) ନିଆଁ ଲାଗିଛି । ଅନୁଷ୍ଠାନର କର୍ମଚାରୀଙ୍କ ଅନୁସାରେ କରୋନା ଟିକା ତିଆରି ହେଉଥିବା ବିଭାଗ ଭିନ୍ନ ଏବଂ ସମ୍ପୂର୍ଣ୍ଣ ନିରାପଦ ଅଛି । ଏହି ଅଗ୍ନିକାଣ୍ଡ ଟିକା ଉତ୍ପାଦନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଅଗ୍ନିକାଣ୍ଡର କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ନିଆଲିଭା କାର୍ଯ୍ୟରେ ଏନଡିଆରଏଫର କର୍ମଚାରୀ ମାନେ ନିୟୋଜିତ ଅଛନ୍ତି ।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ପୁଣେ ନଗରପାଳିକା କମିଶନରଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ ସେରମ୍ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ସମ୍ପର୍କରେ ପଚାରି ବୁଝିଥିବା ନେଇ ମୁଖଅୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ସାହାଯ୍ୟ ଯୋଗାଇଦେବାକୁ ଉଦ୍ଧବ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୁଣେ ପୋଲିସ କମିଶନର ଅମିତାଭ ଗୁପ୍ତା କହିଛନ୍ତି ଯେ ସେରମ୍ ପ୍ରତିଷ୍ଠାନରେ ନିଆଁ ଲାଗିଥିବା ନେଇ ଅପରାହ୍ନ 2 ଟା 45ମିନିଟରେ ସୂଚନା ପାଇଲୁ । ଖବର ପାଇବା ମାତ୍ରେ ପୋଲିସ ଓ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । 1 ଘଣ୍ଟା ମଧ୍ୟରେ ନିଆଁ ଲିଭାଯିବ । ନିଆଁ ଲିଭାଇବା ପରେ ପୋଲିସର ତଦନ୍ତ ଆରମ୍ଭ ହେବ । ଆମେ ପ୍ରତ୍ୟେକ ଦିଗକୁ ପରୀକ୍ଷା କରିବୁ । ଏହି ବିଲ୍ଡିଂରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସେ ସୂଚନା ଦେଇଛନ୍ତି । ବିଲଡିଂରେ କୌଣସି ଟିକା ପ୍ରସ୍ତୁତ କିମ୍ବା ଷ୍ଟୋରେଜ୍ କରାଯାଉ ନଥିବା ନେଇ ପୋଲିସ୍ କମିଶନର ସୂଚନା ଦେଇଛନ୍ତି ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ହେଉଛି ଟିକା ଏବଂ ପ୍ରତିଷେଧକ ପ୍ରସ୍ତୁତ କରୁଥିବା ଭାରତର ଅଗ୍ରଣୀ ଅନୁଷ୍ଠାନ । ବର୍ତ୍ତମାନ ଦେଶରେ ଦିଆଯାଉଥିବା କରୋନା ଟିକା କୋଭିଶିଲ୍ଡ ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଉଛି । ସେରମ୍ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ସହିତ ସହଭାଗୀତା କରି ମିଳିତ ଭାବେ କରୋନା ଭ୍ୟାକ୍ସିନ୍ କୋଭିଶିଲ୍ଡର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରୋନା ଟିକା ବ୍ୟତୀତ ଅନ୍ୟ ଚାରିଟି ଟିକା ପ୍ରସ୍ତୁତିରେ ଗବେଷଣା କରୁଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Fire Breaks Out In Serum Institute of India in Pune.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X