ଗୁଜୁରାଟ କୋଭିଡ୍ ଡାକ୍ତରଖାନାରେ ଅଗ୍ନିକାଣ୍ଡ, 5 ମୃତ

ଗୁଜୁରାଟର ରାଜକୋଟ ଜିଲ୍ଲା ସ୍ଥିତ କୋଭିଡ୍ ଡାକ୍ତରଖାନାରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଛି | ସୂଚନା ଅନୁଯାୟୀ, ରାଜକୋଟରେ ଥିବା ଶିବାନନ୍ଦ ହସ୍ପିଟାଲର ଆଇସିୟୁରେ ଏହି ଅଗ୍ନିକାଣ୍ଡ ଘଟିଥିଲା |

ରାଜକୋଟ: ଗୁଜୁରାଟର ରାଜକୋଟ ଜିଲ୍ଲା ସ୍ଥିତ କୋଭିଡ୍ ଡାକ୍ତରଖାନାରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଛି |
ସୂଚନା ଅନୁଯାୟୀ, ରାଜକୋଟରେ ଥିବା ଶିବାନନ୍ଦ ହସ୍ପିଟାଲର ଆଇସିୟୁରେ ଏହି ଅଗ୍ନିକାଣ୍ଡ ଘଟିଥିଲା | କୋଭିଡ ହସ୍ପିଟାଲ ହେତୁ ଆଇସିୟୁରେ ପାଖାପାଖି ୧୧ ଜଣ ରୋଗୀ ଭର୍ତ୍ତି ଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ସେଥିମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି | ହସ୍ପିଟାଲରେ ପ୍ରାୟ ୩୩ ଜଣ ରୋଗୀ ଭର୍ତ୍ତି ହୋଇଥିଲେ | ଆହତ ମାନଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି |

Fire-breaks-out-Gujrat-Rajkot

ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବା ସହ ରୋଗୀମାନଙ୍କୁ ଉଦ୍ଧାର କରିଥିଲେ | ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିପାରିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+