କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ଏୟାରପୋର୍ଟରେ ନିଆଁ
କୋଲକାତା : କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଅଗ୍ନିକାଣ୍ଡ ହୋଇଛି । ଏୟାରପୋର୍ଟର ସିକ୍ୟୁରିଟି ଚେକ-ଇନ କାଉଣ୍ଟର ନିକଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ 6ଟି ଦମକଳ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ । କିଛି ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ସୂଚନା ଅନୁସାରେ ଏୟାରପୋର୍ଟର ସିକ୍ୟୁରିଟି ଚେକ-ଇନ ନିକଟରେ ଥିବା ଡି-ପୋର୍ଟାଲ ଏରିଆରେ ରାତି ପ୍ରାୟ ୯ଟାରେ ନିଆଁ ଲାଗିଥିଲା । ଡି-ପୋର୍ଟାଲ ଏରିଆରେ ଯାତ୍ରୀମାନଙ୍କୁ ବୋର୍ଡିଂ ପାସ ଦିଆଯାଇଥାଏ । ନିଆଁ ଲାଗିବା ପରେ ସେହି ଅଂଚଳରେ ଥିବା କର୍ମଚାରୀ ଓ ଯାତ୍ରୀମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ ।
ବିମାନବନ୍ଦରର ଲଗେଜ ବେଲ୍ଟ ନିକଟରେ ପ୍ରଥମେ ନିଆଁ ଲାଗିଥିବା ଖବର ମିଳିଛି । ଯାତ୍ରୀମାନେ ବ୍ୟାଗେଜ ସଂଗ୍ରହ କରିବା ପାଇଁ ଅପେକ୍ଷା କରିଥିବା ବେଳେ ନିଆଁ ଲାଗିଥିବା ଯୋଗୁ ଆତଙ୍କିତ ହୋଇ ପଡିଥିଲେ। ଏଥିଯୋଗୁ ସମ୍ପୂର୍ଣ ଟର୍ମିନାଲକୁ ତୁରନ୍ତ ଖାଲି କରାଯାଇଥିଲା । ବିମାନ ବନ୍ଦର ସୁରକ୍ଷା ୟୁନିଟ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା।
VIDEO | The fire broke out at the security check-in area of the airport's departure section. The area was evacuated by the airport authorities. pic.twitter.com/oxRl4M9w6c
— Press Trust of India (@PTI_News) June 14, 2023
ବିମାନବନ୍ଦରରେ ନିଆଁ ଲାଗିବା ଯୋଗୁ ସାମୟିକ ବାତିଲ ହେଲା ଫ୍ଲାଇଟ: କୋଲକାତା ବିମାନବନ୍ଦରରେ ନିଆଁ ଲାଗିବା ଯୋଗୁ ବିମାନ ଚଳାଚଳ ଉପରେ ପ୍ରଭାବ ପକାଇଛି। ଟର୍ମିନାଲ ଖାଲି କରିବା ଫଳରେ ବିମାନ ଉଡାଣ ସାମୟିକ ଭାବରେ ପ୍ରଭାବିତ ହୋଇଛି।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ










Click it and Unblock the Notifications