ଗୁଜୁରାଟ ରାସାୟନିକ କାରଖାନାରେ ବିସ୍ପୋରଣ, 6 ଶ୍ରମିକ ମୃତ
ଗୁଜରାଟର ଭରୂଚ ଜିଲ୍ଲା ଅନ୍ତର୍ଗତ ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ହୋଇଛି । ଫଲରେ ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସ୍ କହିଛି ।
ଅହମଦାବାଦ : ଗୁଜରାଟର ଭରୂଚ ଜିଲ୍ଲା ଅନ୍ତର୍ଗତ ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ହୋଇଛି । ଫଲରେ ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସ୍ କହିଛି ।

ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଅହମଦାବାଦରୁ 235 କିଲୋମିଟର୍ ଦୂରରେ ଥିବା ଦାହେଜ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଅବସ୍ଥିତ ଏକ କାରଖାନାରେ ରାତି ପ୍ରାୟ 3ଟା ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଯୋଗୁଁ ଉକ୍ତ ରାସାୟନିକ କାରଖାନାରେ ନିଆଁ ଲାଗି ଯାଇଥିଲା ।
ଭରୂଚ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଲୀନା ପାଟିଲ୍ କହିଛନ୍ତି, 'ସଲ୍ଭେଣ୍ଟ୍ ଡିଷ୍ଟିଲେସନ୍' ପ୍ରକ୍ରିୟା ଚାଲୁଥିବା ବେଳେ ଅକସ୍ମାତ୍ ବିସ୍ଫୋରଣ ଘଟିଥିବା ଗୋଟାଏ 'ରିଆକ୍ଟର୍' ନିକଟରେ ଉକ୍ତ 6 ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ । 'ରିଆକ୍ଟର୍'ରେ ବିସ୍ଫୋରଣ ଘଟିବାରୁ କାରଖାନାରେ ନିଆଁ ଲାଗିଯାଇଥିଲା । ଫଳରେ ସମସ୍ତ ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପରେ ସେମାନଙ୍କର ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।












Click it and Unblock the Notifications