Get Updates
Get notified of breaking news, exclusive insights, and must-see stories!

ଆନ୍ଧ୍ରପ୍ରଦେଶ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ, 6 ଜଣଙ୍କର ମୃତ୍ୟୁ, 12 ଜଣ ଆହତ

ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ଇଲୁରୁର ଅକ୍କିରେଡିଗୁଡେମସ୍ଥିତ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ହୋଇଛି । ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 12 ଜଣ ଆହତ ହୋଇଛନ୍ତି ।

ହାଇଦ୍ରାବାଦ : ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ଇଲୁରୁର ଅକ୍କିରେଡିଗୁଡେମସ୍ଥିତ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ହୋଇଛି । ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 12 ଜଣ ଆହତ ହୋଇଛନ୍ତି । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଇଲୁରୁ ଏସପି ରାହୁଲ ଦେବ ଶର୍ମା କହିଛନ୍ତି ଯେ ନାଇଟ୍ରିକ୍ ଏସିଡ୍, ମୋନୋମେଥାଇଲ୍ ଲିକ୍ ହେତୁ ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ହୋଇଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Accident

ରିପୋର୍ଟ ଅନୁଯାୟୀ, ଗ୍ୟାସ୍ ଲିକ୍ ହେବା କାରଣରୁ କାରଖାନାରେ ବିସ୍ଫୋରଣ ହୋଇଥିଲା ଏବଂ ପରେ ନିଆଁ ବ୍ୟାପିଯାଇଥିଲା । ଗ୍ୟାସ୍ ଲିକ୍ ହେତୁ ରିଆକ୍ଟରରେ ଏହି ବିସ୍ଫୋରଣ ହୋଇଛି । ଫାର୍ମାସ୍ୟୁଟିକାଲ୍ ପ୍ଲାଣ୍ଟର ୟୁନିଟ୍ 4 ରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଦୁଇ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ପ୍ରାଣ ହରାଇଥିବା 6 ଜଣଙ୍କ ମଧ୍ୟରୁ 4 ଜଣ ଶ୍ରମିକ ବିହାରର ଥିଲେ । ମୃତକମାନେ ଉଦୁରୁପତି କୃଷ୍ଣନ, ବି କୁମାର, କରୁ ରବି ଦାସ, ମନୋଜ କୁମାର, ସୁବାସ ରବି ଦାସ, ହବଦାସ ରବିଦାସ ବୋଲି ଜଣାପଡିଛି ।

ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ମୃତକଙ୍କ ସମ୍ପର୍କୀୟଙ୍କୁ 25 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ଏଥିସହ ଗୁରୁତର ଆହତଙ୍କ ପାଇଁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି । ଯେଉଁମାନେ ସାମାନ୍ୟ ଆଘାତ ପାଇଛନ୍ତି ସେମାନଙ୍କୁ 2 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ । ଆହତଙ୍କ ଅବସ୍ଥା ଉପରେ ନଜର ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବାକୁ ଜିଲ୍ଲାର ଡିଏମ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+