କୋଭିଡ୍ ହସ୍ପିଟାଲ ଆଇସିୟୁ ରେ ଅଗ୍ନିକାଣ୍ଡ, 13 ମୃତ

ମହାରାଷ୍ଟ୍ରର ବିଜୟ ବଲ୍ଲଭ ହସ୍ପିଟାଲ ଆଇସିୟୁ ୱାର୍ଡରେ ବଡଧରଣର ଅଗ୍ନିକାଣ୍ଡ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ, କୋଭିଡ୍ ହସ୍ପିଟାଲର ଆଇସିୟୁରେ ଥିବା 13 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗୁରୁତର 21ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ମୁମ୍ବାଇ : ମହାରାଷ୍ଟ୍ରର ବିଜୟ ବଲ୍ଲଭ ହସ୍ପିଟାଲ ଆଇସିୟୁ ୱାର୍ଡରେ ବଡଧରଣର ଅଗ୍ନିକାଣ୍ଡ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ, କୋଭିଡ୍ ହସ୍ପିଟାଲର ଆଇସିୟୁରେ ଥିବା 13 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନିଆଁରୁ ବର୍ତ୍ତିଯାଇଥିବା 21ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

Maharashtra - hospital-fire

ଶୁକ୍ରବାର ମୁମ୍ବାଇର ପଶ୍ଚିମ ବିରାର୍‌ ଅଞ୍ଚଳରେ ଥିବା ବିଜୟବଲ୍ଲଭ ହସ୍ପିଟାଲ୍‌ରେ ସର୍ଟସର୍କିଟ୍ ହୋଇ ରାତି ପ୍ରାୟ 3.15 ମିନିଟରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଭୋର୍‌ 5.30 ସୁଦ୍ଧା ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ । 'ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌'ରେ 17ଜଣ ରୋଗୀ ଥିବା କଥା ଅଗ୍ନିଶମ ବିଭାଗ ସୁନିଶ୍ଚିତ କରିଛି । ପରେ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି ।

ଅଗ୍ନିଶମ ବିଭାଗ ଭାସାଇ ବିରାଟ ମ୍ୟୁନିସିପାଲ କର୍ପୋରେସନ ଦ୍ୱାରା ପ୍ରକାଶିତ ମୃତକଙ୍କ ତାଲିକା ଅନୁଯାୟୀ, 14 ରୋଗୀଙ୍କ ମଧ୍ୟରୁ 5 ଜଣ ମହିଳା ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି । ଜଣେ 23 ବର୍ଷ ବୟସ୍କ ବ୍ୟକ୍ତି ଥିଲେ | ସବୁଠାରୁ ବୟସ୍କ ଜଣେ 68 ବର୍ଷ ବୟସ୍କ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ମୃତ କୋଭିଡ୍‌-19 ଆକ୍ରାନ୍ତ ରୋଗୀମାନେ ଏଭଳି ପୋଡ଼ି ଯାଇଛନ୍ତି ଯେ, ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି । 'କୋଭିଡ୍‌ ହସ୍ପିଟାଲ୍‌' ଭାବେ କାର୍ଯ୍ୟ କରୁଥିବା ବିଜୟ ବଲ୍ଲଭ ହସ୍ପିଟାଲ୍‌ ହେଉଛି ଏକ ଘରୋଇ ସଂସ୍ଥାନ । ଅଗ୍ନିକାଣ୍ଡ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତଦନ୍ତାଦେଶ ଦେଇଛନ୍ତି।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଏବଂ ଏହି ଦୁର୍ଘଟଣାରେ ଗୁରୁତର ଆହତଙ୍କ ପାଇଁ 50,000 ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏହି ସୂଚନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ ଅଫିସ୍) ତରଫରୁ ଦିଆଯାଇଛି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିରାର ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କୁ ନେଇ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଅନ୍ୟମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+