Get Updates
Get notified of breaking news, exclusive insights, and must-see stories!

କେରଳ ବରକଲାରେ ଭୟାବହ ଅଗ୍ନିକାଣ୍ଡ, ପରିବାରର 5 ଜଣଙ୍କ ମୃତ୍ୟୁ

କେରଳର ବରକଲାରେ ମଧ୍ୟରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗୋଟିଏ ଘରେ ନିଆଁ ଲାଗିଯିବା ଫଳରେ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି ।

ଥିରୁଅନନ୍ତପୁରମ୍ : କେରଳର ବରକଲାରେ ମଧ୍ୟରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗୋଟିଏ ଘରେ ନିଆଁ ଲାଗିଯିବା ଫଳରେ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ବରକଲାର ଦଲାଭପୁରମରେ ଏହି ଦୁଃଖଦ ଘଟଣା ଘଟିଛି ।

ମୃତକଙ୍କ ମଧ୍ୟରେ 62 ବର୍ଷୀୟ ପ୍ରତାପନ୍, ତାଙ୍କ ପତ୍ନୀ 53 ବର୍ଷାୟ ଶେର୍ଲି, 25 ବର୍ଷୀୟର ବୋହୂ ଅଭିରାମି, 29 ବର୍ଷର ପୁଅ ଅଖିଲ ଏବଂ 8 ମାସର ନାତି ରିୟାନ୍ ଅଛନ୍ତି । ଏଥିସହିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପ୍ରତାପଙ୍କ ବଡ ପୁଅ ନିହୁଲଙ୍କ ଦେହର ଅଧିକାଂଶ ଭାଗ ଜଳି ଯାଇଛି । ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା କୁହାଯାଉଛି ।

dead

ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ପୋଲିସ ତଦନ୍ତ କରୁଛି । ପଡୋଶୀମାନେ ଅଗ୍ନିକାଣ୍ଡ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ ।

ଗ୍ରାମୀଣ ଏସପି ଦିବ୍ୟା ଗୋପୀନାଥ କହିଛନ୍ତି ଯେ ଫୋରେନସିକ୍ ବିଶେଷଜ୍ଞମାନେ ଉକ୍ତ ସ୍ଥାନ ଅନୁସନ୍ଧାନ କରିବା ପରେ ହିଁ କିଛି କୁହାଯାଇପାରିବ । ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ କର୍ମଚାରୀ କହିଛନ୍ତି ଯେ ରାତି ପ୍ରାୟ 3.45 ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା । ସେମାନେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଭିତରର କୋଠରୀଗୁଡ଼ିକ ପ୍ରାୟ ଜଳି ଯାଇଥିଲା । ଅଧିକାରୀ କହିଛନ୍ତି ଯେ ଘରେ କୌଣସି ଭେଣ୍ଟିଲେସନ୍ ନଥିଲା ଏବଂ କୋଠରୀଗୁଡ଼ିକ ଶୀତତାପ ନିୟନ୍ତ୍ରିତ ଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+