ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ, ସ୍ଥାନାନ୍ତର ହେଲେ 50 ଆଇସିୟୁ ରୋଗୀ
ଜାତୀୟ ରାଜଧାନୀ ସଫଦରଜଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ହସ୍ପିଟାଲର ଆଇସିୟୁ ଓ୍ୱାର୍ଡରେ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ଜଣାପଡ଼ିଛି । ଅଗ୍ନିକାଣ୍ଡ ପରେ ଆଇସିୟୁ ୱାର୍ଡର୍ ଥିବା 50 ଜଣ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି ।
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ସଫଦରଜଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ହସ୍ପିଟାଲର ଆଇସିୟୁ ଓ୍ୱାର୍ଡରେ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ଜଣାପଡ଼ିଛି । ଅଗ୍ନିକାଣ୍ଡ ପରେ ଆଇସିୟୁ ୱାର୍ଡର୍ ଥିବା 50 ଜଣ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ଏବଂ ନିଆଁକୁ ଆୟତ୍ତ କରାଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶୁକ୍ରବାର ଦିନ ଗ୍ରେଟର କୈଳୀଶ-1ର ତିନିମହଲା କୋଠାରେ ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନି ପ୍ରଥମେ ଦ୍ୱିତୀୟ ମହଲାରେ ହୋଇଥିଲା, ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ତୃତୀୟ ମହଲାକୁ ନିଆଁ ବ୍ୟାପିଯାଇଥିଲା । ତୃତୀୟ ମହଲାରେ ନିଆଁ ଲାଗିବାପରେ ସେଠାରେ ଫସିରହିଥିବା ତିନିଜଣ ବୋଲକୋନିକୁ ବାହାରି ଆସିଥିଲେ । ପରେ ପୋଲିସ୍ କର୍ମୀମାନେ ତାଙ୍କୁ ଉଦ୍ଧାର କରିଥିଲେ ।












Click it and Unblock the Notifications