ବାଣ କାରଖାନାରେ ଅଗ୍ନିକାଣ୍ଡ, ତିନି ମୃତ, ପାଞ୍ଚ ଜଣ ଆହତ
ତାମିଲନାଡୁର ବିରୁଧୁନଗର ଜିଲ୍ଲାର ଏକ ବାଣ କାରଖାନାରେ ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ସକାଳେ ଏହି ଦୁର୍ଘଟଣା ଘଟିଛି ।
ଚେନ୍ନାଇ : ତାମିଲନାଡୁର ବିରୁଧୁନଗର ଜିଲ୍ଲାର ଏକ ବାଣ କାରଖାନାରେ ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ସକାଳେ ଏହି ଦୁର୍ଘଟଣା ଘଟିଛି । ବିରୁଧୁନଗର ଜିଲ୍ଲା କଲେକ୍ଟର ମେଘନାଥ ରେଡ୍ଡୀ କହିଛନ୍ତି ଯେ ଶନିବାର ଦିନ ସହର ନିକଟରେ ଅବସ୍ଥିତ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନିଆଁରେ ପାଞ୍ଚ ଜଣ ଆହତ ହୋଇଛନ୍ତି ।

ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଟିମ୍ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ଏକ ପୋଲିସ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି । ବର୍ତ୍ତମାନ କାରଖାନାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । କାରଖାନାରେ କେତେ ଲୋକ ଅଛନ୍ତି ସେ ବିଷୟରେ ସଠିକ୍ ସୂଚନା ଏପର୍ଯ୍ୟନ୍ତ ମିଲିପାରି ନାହିଁ ।












Click it and Unblock the Notifications