ମୁମ୍ବାଇ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଜୀବନ ବଞ୍ଚାଇବାକୁ ବାଲକୋନୀରେ ଝୁଲି ରହିଲେ ଲୋକ
ଏକ ଆପାର୍ଟମେଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡ ଚେମ୍ବୁରର ନ୍ୟୁ ତିଲକ ନଗର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ହୋଇଛି । ଏହି ସମୟରେ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ବାଲକୋନୀରେ ଝୁଲି ରହିଥିବା ଦେଖିବାକୁ ମିଳିଛି ।
ମୁମ୍ବାଇ : ଏକ ଆପାର୍ଟମେଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡ ଚେମ୍ବୁରର ନ୍ୟୁ ତିଲକ ନଗର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ହୋଇଛି । ଏହି ସମୟରେ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ବାଲକୋନୀରେ ଝୁଲି ରହିଥିବା ଦେଖିବାକୁ ମିଳିଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗର 8 ଟି ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେଇ ମୁମ୍ବାଇ ଫାୟାର ବ୍ରିଗେଡ (ଏମଏଫବି) ଅଧିକାରୀ କହିଛନ୍ତି ଯେ ନିଆଁକୁ ଆୟତ୍ତ କରିବା ପାଇଁ ଅତି କମରେ 8 ଟି ଅଗ୍ନିଶମ ଗାଡ଼ି ଉପସ୍ଥିତ ଅଛନ୍ତି । ବର୍ତ୍ତମାନ ନିଆଁର ପ୍ରଭାବ କମିଯାଇଛି । ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । ଅପରାହ୍ନ 2: 43 ରେ ଘଟଣା ସମ୍ପର୍କରେ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ଅଧିକାରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଚାଲିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ ।
Mumbai | Fire broke out in a residential building in the New Tilak Nagar area. Fire tenders on spot.
The fire has been declared level 2. No loss of life has been reported yet: Mumbai Fire Brigade (MFB) pic.twitter.com/HBZ9uVXJpc
— ANI (@ANI) October 8, 2022












Click it and Unblock the Notifications