କମଳା ନେହେରୁ ହସ୍ପିଟାଲ ଶିଶୁ ୱାର୍ଡରେ ଅଗ୍ନିକାଣ୍ଡ, 4 ଶିଶୁ ମୃତ
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ କମଳା ନେହେରୁ ହସ୍ପିଟାଲର ଶିଶୁ ୱାର୍ଡରେ ସୋମବାର ରାତିରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ଏପର୍ଯ୍ୟନ୍ତ 4 ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ କମଳା ନେହେରୁ ହସ୍ପିଟାଲର ଶିଶୁ ୱାର୍ଡରେ ସୋମବାର ରାତିରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ଏପର୍ଯ୍ୟନ୍ତ 4 ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀ ଦଳ ନିଆଁକୁ ଆୟତ୍ତ କରିଥିଲେ ଏବଂ ଜଳିଯାଇଥିବା ପିଲାମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପରେ ଡାକ୍ତରଖାନାରେ ପହଂଚି ରାଜ୍ୟ ସରକାର ମନ୍ତ୍ରୀ ବିଶ୍ୱାସ ନାରଙ୍ଗ କହିଛନ୍ତି ଯେ ୱାର୍ଡରେ ମୋଟ 40 ଜଣ ଶିଶୁ ଭର୍ତ୍ତି ହୋଇଥିଲେ, ସେଥିମଧ୍ୟରୁ 36 ଜଣ ଶିଶୁଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ଏବଂ 4 ଜଣ ଶିଶୁ ଉଦ୍ଧାର ହୋଇପାରି ନାହିଁ ।
ସୂଚନାନୁସାରେ ହଠାତ୍ ଡାକ୍ତରଖାନାର ଶିଶୁ ୱାର୍ଡରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଲୋକମାନେ କିଛି ବୁଝିବା ଆଗରୁ ନିଆଁ ଲାଗିଯାଇଥିଲା । ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ଅଗ୍ନିକାଣ୍ଡର ଖବର ଶୁଣି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଘଟଣାର ଗମ୍ଭୀରତା ଦେଖି ସ୍ୱାସ୍ଥ୍ୟ ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ବିଳମ୍ବିତ ରାତିରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମନ୍ତ୍ରୀ ସାରଙ୍ଗ କହିଛନ୍ତି ଯେ ଭୋପାଳର କମଳା ନେହେରୁ ହସ୍ପିଟାଲର ଶିଶୁ ୱାର୍ଡରେ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା 4 କୁ ବୃଦ୍ଧି ପାଇଛି । ସେହି ୱାର୍ଡରେ ସମୁଦାୟ 40 ପିଲା ଥିଲେ, ସେମାନଙ୍କ ମଧ୍ୟରୁ 36 ଜଣ ସୁରକ୍ଷିତ ଅଛନ୍ତି । ଏଥିସହିତ ପ୍ରାଣ ହରାଇଥିବା ପିଲାମାନଙ୍କର ପିତାମାତାଙ୍କୁ 4 ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ।












Click it and Unblock the Notifications