ସଫଦରଜଙ୍ଗ ବିମାନବନ୍ଦରର ଆଇଟି ବିଲ୍ଡିଂରେ ଅଗ୍ନିକାଣ୍ଡ
ଦିଲ୍ଲୀର ସଫଦରଜଙ୍ଗ ବିମାନବନ୍ଦରର ଆଇଟି ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ବିମାନ ବନ୍ଦରରେ ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବିଭାଗର 6 ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲା ।
ନୂଆଦିଲ୍ଲୀ : ଦିଲ୍ଲୀର ସଫଦରଜଙ୍ଗ ବିମାନବନ୍ଦରର ଆଇଟି ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ବିମାନ ବନ୍ଦରରେ ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବିଭାଗର 6 ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲା । ଆଶ୍ୱସ୍ତିକର ଖବର ହେଉଛି ଯେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ସମସ୍ତଙ୍କୁ ବିଲ୍ଡିଂରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ନିଆଁକୁ ଆୟତ୍ତ କରାଯାଉଛି ।

ସୂଚନା ଅନୁସାରେ, ସୋମବାର ଅପରାହ୍ନ ପ୍ରାୟ 3.15 ସମୟରେ ଅଗ୍ନିକାଣ୍ଡ ବିଷୟରେ ଜଣାପଡ଼ିଥିଲା । କୁହାଯାଉଛି ଯେ ନିଆଁ ଏତେ ଶକ୍ତିଶାଳୀ ଯେ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବିଲ୍ଡିଂକୁ ବ୍ୟାପିଯାଇଥିଲା । ବିଲ୍ଡିଂରେ କାଚ ଭାଙ୍ଗି ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।
ମିଡିଆ ରିପୋର୍ଟ ଅନୁଯାୟୀ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ହୋଇପାରେ ବୋଲି କୁହାଯାଉଛି । ଅଗ୍ନିକାଣ୍ଡ ଯୋଗୁଁ ବିମାନବନ୍ଦରରେ ଆତଙ୍କ ଖେଳିଯାଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।












Click it and Unblock the Notifications