ଫରିଦାବାଦ ବ୍ୟାଟେରୀ କମ୍ପାନୀରେ ଅଗ୍ନିକାଣ୍ଡ, ତିନି ମୃତ
ଏକ ବ୍ୟାଟେରୀ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଫରିଦାବାଦ : ଏକ ବ୍ୟାଟେରୀ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଦମକଳ ବାହିନୀ ସହ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛନ୍ତି ।
ତେବେ ନିଆଁ ଲାଗିବାର କାରଣ ସ୍ଫଷ୍ଟ ଭାବେ ଜଣାପଡ଼ି ନାହିଁ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଗତ କିଛି ଦିନ ପୂର୍ବେ ଦିଲ୍ଲୀର ଏକ ଚାରି ମହଲା କୋଠାରେ ନିଆଁ ଲାଗି 27 ଜଣଙ୍କ ମୃତ୍ୟୁ ହୋଇଥିଲା । ଅନେକ ଲୋକ ଆହତ ହୋଇଥିଲେ । ବିଳମ୍ବିତ ରାତି ଯାଏ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା । ଅନେକ ଏବେବି ନିଖୋଜ ରହିଛନ୍ତି । ଏହା ପରେ ଏମସିଡିର 6 ଟି ଟିମ୍ ଅଞ୍ଚଳରେ ସର୍ଭେ କରିଥିଲା । ଏହି ଘଟଣା ପରେ ଆରୋପ ପ୍ରତ୍ୟାରୋପ ଖୁବ୍ ହୋଇଥିଲା । ପରେ ଜଣାପଡ଼ିଥିଲା ବିଲ୍ଡିଂକୁ ଅଗ୍ନିଶମ ବିଭାଗ ଏନଓସି ଦେଇ ନଥିଲା ।












Click it and Unblock the Notifications